Er. Suchismita Satpathy

Children Stories Comedy Inspirational

4.0  

Er. Suchismita Satpathy

Children Stories Comedy Inspirational

ଅବୋଧ ଶିଶୁ

ଅବୋଧ ଶିଶୁ

3 mins
218


ନଟିଆ, ନାଁ ଟା ଶୁଣିଲେ ଭାରି ହସ ମାଡୁଛି। ଆଜିକାଲିର ପିଲା ସବୁ କମ୍ପୁଟର ଯୁଗର। ତେଣୁ ଜନ୍ମ ନ ହେଉଣୁ ମୋବାଇଲ ଦରକାର। ମୋ ଭାଇର ଝିଅ ପରୀ। ସତରେ ପରୀ ଭଳି । ଚାରି ବର୍ଷର ଛୁଆ । ମୋବାଇଲ ନଦେଖିଲେ ଭାତ ଖାଇବନି କି ରାତିରେ ଶୋଇବନି। ପୁଣି ଦେଖିବ କଣ ନା ନଟିଆ। ଘର ଭିତରେ ଏତେ ଜୋରରେ ଶବ୍ଦ ହେଉଥିବ ଯେ ବେଳେବେଳେ ବିରକ୍ତ ଲାଗେ। ମାତ୍ର ବେଳେବେଳେ ତା ପାଖରେ ବସି ନଟିଆ ଓ ଗେଣ୍ଡୁର କଥାବାର୍ତ୍ତା ଶୁଣିଲେ ହସି ହସି ବେଦମ ଲାଗେ ଓ ମନଟା ଫୁର୍ତ୍ତି ହୋଇଯାଏ। ପିଲାମାନେ ଖୁସି ହୁଅନ୍ତି ତାକୁ ଦେଖି ଓ ତାଙ୍କ କଥାବାର୍ତ୍ତା ଶୁଣି।


ପିଲାଟି ଦିନରୁ ପରୀ ନଟିଆକୁ ଦେଖୁଛି। କେତେବେଳେ ଯଦି, ଯିଦି କରେ ଆମେ କହୁ ଆଜି ନଟିଆ ଆସିବନି।ତେବେ ସେ କାନ୍ଦି ପକେଇବ। ଏଥିରୁ ତାର ନଟିଆ ଧାରାବାହିକ ପ୍ରତି କେତେ ଆଗ୍ରହ ସହଜେ ଅନୁମେୟ।

ଦିନକର ଘଟଣା । ପାଖ ପଡିଶା ଘରର କୁନି ପୁଅ ଗୋଲୁ ଓ ପରୀ ଉଭୟେ ଖେଳୁଥିଲେ। ଘର ରାସ୍ତା ଦେଇ ଦୁଇଜଣ ପିଲା ଯାଉଥିଲେ। ଜଣେ କହିଲା, "କିରେ ନଟିଆ ତୁ କଣ ଆଜି କାମକୁ ଯିବୁନି, ଆଜି ଖଣ ଛୁଟି ଅଛିକି। ଆର ଜଣକ କହିଲା, ହଁ ଛୁଟି ଅଛି। ମୁଁ ଯାଉଛି ଖାଇକି ଶୋଇବି। ଏହି କଥାହୋଇ ସେମାନେ ଚାଲିଗଲେ। ପରୀ ଖେଳୁଥିବା ସମୟରେ ସେମାନଙ୍କ କଥା ଶୁଣିଛି। କାହାକୁ କିଛି ନକହି ଖେଳିସାରି ଘରକୁ ଆସିଲା।ସବୁଦିନ ପରି ରାତିରେ ଖାଇସାରି ମୋବାଇଲରେ ନଟିଆ ଦେଖି ଶୋଇଗଲା।


ସକାଳୁ ଉଠି ତାର ସବୁ ପ୍ରକାରେ କାର୍ଯ୍ୟ ସାରି ପୁଣି ଖେଳିବାକୁ ଗଲା। ଗଲା ଦିନ ପରି ସେଦିନ ବି ସେହି ଦୁଇ ଜଣଙ୍କୁ କଥା ହେବାର ଶୁଣିଲା ଏବଂ କାହାକୁ କିଛି ନକହି ଗୋଲୁର, ତାର ସେ ପିଲା ଦୁହିଁଙ୍କ ପଛରେ ଗଲେ। ମାତ୍ର ଆଗକୁ ନଯାଇ ଫେରିଆସିଲେ। କାରଣ ଘରକୁ ଲାଗି ଯେଉଁ ଘର ସେଠାରେ ସେମାନେ ନୂଆକରି ରହିବାକୁ ଆସିଥିଲେ। ପୁଣି ଘରକୁଫେରି ଆସି ସେଦିନ ଚୁପକରି ବସିଲା କାହାକୁ କିଛି ନକହି। କଣ ହେଇଛି ପଚାରିବାରେ କହିଲା ମୁଁ ମୋବାଇଲରେ ଆଉ ନଟିଆ ଦେଖିବିନି।ହଠାତ ତାଠାରୁ ଏପରି କଥା ଶୁଣି ସମସ୍ତେ ଯେ ଯେଉଁଠି ଯାହା କାମ କରୁଥିଲେ ସ୍ଥାଣୁ ହୋଇଗଲେ। ଆଶ୍ଚର୍ଯ୍ୟ ଲାଗିଲା ତା କଥା ଶୁଣି ଓ ବ୍ୟସ୍ତ ବି ଲାଗିଲା। କାରଣ କଣ ଜାଣିବାପାଇଁ ସମସ୍ତେ ତା ପାଖକୁ ଧାଇଁଲେ । ସେ ବି ସ୍ଥିର ହୋଇ ବସି ରହିଲା। ଅନେକ ସମୟ ପଚାରିଲା ପରେ କହିଲା ମୁଁ ଟିଭିରେ ନଟିଆ ଦେଖିବି ଆଉ ମୋବାଇଲରେ ଦେଖିବିନି। ଯିଦି ଧରି ବସିଲା ଆଉ ଖାଇଲାନି। ଛୁଆଟିର ଏପରି ଅବସ୍ଥା ଦେଖି ବାଧ୍ୟ ହୋଇ ନଟିଆ ଟିଭିରେ ଦେଖିବାର ବ୍ୟବସ୍ଥା କରାଗଲା। ମାତ୍ର ସମୟ ନିଧାର୍ଯ୍ୟ କରାଗଲା । ସତକୁ ସତ ଖୁସି ହୋଇ ସେ ଟିଭିକୁ ଚାହିଁ ରହିଲା ଏକ ଲୟରେ। ମାତ୍ର ମଝିରେ ମଝିରେ ମୁଁ ଲକ୍ଷକଲି ସେ ମୋବାଇରେ ବି ଦେଖୁଛି। ହେଲେ ତା ମନ ଭିତରେ କିଛି ଗୋଟେ ନ ଜାଣିବାର ଚିନ୍ତା ରହୁଛି।

ତା ପରଦିନ ସକାଳେ ହଠାତ କହିଲା ଚାଲ ପାଖଘର ଅଙ୍କଲଙ୍କ ପାଖକୁ ଯିବା। ହଠାତ ପୁଣି ତାଠାରୁ ଏପରି କଥା ଶୁଣି ଆମେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲୁ। ଆମେ ମନାକଲୁ କାହିଁକି ନା ଆମେ ସେମାନଙ୍କ ମଧ୍ୟରୁ କାହାକୁ ଜାଣିନୁ ଅଥଚ ପରୀ କାହିଁକି ସେଠାକୁ ଯିବାକୁ ଖୋଜୁଛି।ଆମ ସମସ୍ତଙ୍କ ମନ ମଧ୍ୟରେ ଏକ ଆଶଙ୍କା ଦେଖାଦେଲା।କିଛି ସମୟ ପରେ ପୁଣି ସେ ଟିଭି ରେ ନଟିଆକୁ ଦେଖିଲା ଓ ମୋବାଇଲରେ ବି ଦେଖିଲା ମାତ୍ର କାନ୍ଦିଲା ସେଠାକୁ ଯିବାକୁ । କିଛି ସମୟ ଚିନ୍ତା କଲାପରେ ଆମେ ସ୍ଥିର କଲୁ ଯାହାବି ହେଉ କଥାଟା କଣ ଜାଣିବାକୁ ପଡିବ। ଏହା ଭାବି ତାଙ୍କ ଘରକୁ ପରୀକୁ ନେଇ ଗଲୁ। ଆମ ତିନି ଚାରି ଜଣଙ୍କୁ ଦେଖି ସେ ଦୁଇ ପିଲା ଆଶ୍ଚର୍ଯ୍ୟ ହୋଇ ଡରରେ ଝାଳ ବାହାରିବାର ଦେଖି ତାଙ୍କୁ ବ୍ୟସ୍ତ ନ ହେବାକୁ କହି କହିଲୁ । ପଚାରିଲୁ, ଆମ ଝିଅକୁ ଆପଣମାନେ ଜାଣନ୍ତି କି ? ସେମାନେ ଆଶ୍ଚର୍ଯ୍ୟ ହୋଇ ମନାକଲେ ନା ଜାଣିନୁ ମାତ୍ର ଯିବା ଆସିବା ସମୟରେ ସେମାନେ ଖେଳିବାର ଦେଖିଛୁ। ତାପରେ ଆମେ ପରୀକୁ ପଚାରିଲୁ ଏବେ ଦେଖିଲୁ ତ ଚାଲ ଯିବା। ହଠାତ ପରୀ କହିଉଠିଲା ନା ଯିବିନି । ନଟିଆ ଅଙ୍କଲ ନଟିଆ ପରି କଥା ହେଲେ ମୁଁ ଯିବି। ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ସେ ପିଲାମାନେ ମଧ୍ୟ। ଆମେ ଚୁପ ଥିବାର ଦେଖି କହିଲା, ତୁମେ ମାନେ ବୁଝିପାରୁନକି, ମୁଁ ଯୋଉ ନଟିଆ ଦେଖୁନି ଏଇ ଅଙ୍କଲ ସେଇ ନଟିଆ। ମୁଁ ଟିଭିରେ ବଡ କରି ଦେଖିଲି ହେଲେ ମୁହଁ ମିଶୁନି। ସେ ନଟିଆ ପରି କାହିଁକି କଥା ହେଉନାହାନ୍ତି। ଏହା କହି କାନ୍ଦିବାକୁ ଲାଗିଲା।


ତା କଥା ଶୁଣି ସେ ପିଲା ଦୁଇଜଣ ବୁଝିଗଲେ କଥା କଣ।ପରୀକୁ ବୁଝେଇ ବାକୁ ଯାଇ କହିଲେ, ଓଃ ତାହେଲେ ତୁମେ ନଟିଆକୁ ଦେଖି ଆସିଛ। ଏହା କହି ନଟିଆ ପରି କଥାହେଲେ। ତାଙ୍କ କଥା ଶୁଣି ପରୀ ତାଳି ମାରି ଖୁସିରେ ନାଚିଲା। କହିଲା 'ମୁଁ ସତସତିକା ନଟିଆକୁ ଦେଖିଲି, ଦେଖିଲି' । ତା କଥାର ମର୍ମ ଏବେ ଯାଇ ସମସ୍ତେ ବୁଝିପାରିଲେ। ପ୍ରକୃତରେ ସେ ପିଲାଟିର ନାଁ ନଟ। ତା ସାଙ୍ଗ ତାକୁ ନଟିଆ ଡାକେ। ଏକଥା ଖେଳିଲା ବେଲେ ପରୀ ଶୁଣିଛି। ସେଥିପାଇଁ ସେ ବଡ ପରଦାରେ ଭଲକି ନଟିଆକୁ ଚିହ୍ନିବାକୁ ଚେଷ୍ଟା କରୁଥିଲା । ନ ପାରିବାରୁ ଏଠାକୁ ଆସିବାକୁ ଯିଦି ଧରିଲା। ସେଦିନ ସମସ୍ତେ ହସି ହସି ବେଦମ। ସେବେଠାରୁ ଯେବେ ଆମ ବଡ ମାନଙ୍କ ମଧ୍ୟରେ ନଟିଆ କଥା ପଡେ ପରୀର ସେଦିନର ଚିନ୍ତଧାରା ଭାବି ହସର ଏକ ସୁନ୍ଦର ଆସର ଜମେ ।


Rate this content
Log in