STORYMIRROR

Sunanda Mohanty

Children Stories Tragedy Thriller

4  

Sunanda Mohanty

Children Stories Tragedy Thriller

ଆଉ ଭେଟ ନାହିଁ ଏ ଜନ୍ମେ 

ଆଉ ଭେଟ ନାହିଁ ଏ ଜନ୍ମେ 

6 mins
5


ଟଙ୍କାଗଛ  ବା ମନିପ୍ଳାଣ୍ଟ ଗଛଟି ପାଖେ ଠିଆ ହୋଇ ରିଟୁ କାନ୍ଦୁଥିଲା କାରଣ ତା ମାଆ ରିଙ୍କୁଙ୍କ ବୋଉ ଅର୍ଥାତ ରିଟୁର ଆଈ ଏ ଦୁନିଆଁ ଛାଡି ଚାଲିଗଲେଣି କିନ୍ତୁ ଗଛଟି ତାଙ୍କ ସ୍ମୃତି ବହନ କରି ରହିଛି. ମାଆ ରିଙ୍କୁ ଦିନେ ଏମିତି ନିଜ ଆଈଙ୍କର ସ୍ବର୍ଗାରୋହଣରେ ଦୁଃଖ କରି କାନ୍ଦୁଥିଲା ପରି ତାଙ୍କ ଝିଅ ରିଟୁ ଆଜି କାନ୍ଦୁଛି.ଭାଇ ଜିଟୁ ଓ ମାଆ ରିଙ୍କୁ ତଥା ଅନ୍ୟମାନଙ୍କ ସହ ତା ଆଈ ପାଇଁ ରିଟୁ ଆଖିରେ ଲୁହ.ମାଆ ରିଙ୍କୁ ଭାବୁଥିଲେ ତାଙ୍କର ପ୍ରାୟେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ହେବା ପର୍ଯ୍ୟନ୍ତ ତାଙ୍କ ଜେଜେଙ୍କ ସହ ତାଙ୍କର କଥପୋକଥନର ସାରମର୍ମ ଥାଏ ଆମ ପୈତୃକ ସାତପୁରୁଷି ପୁରୀର ସାହି ଘରଟାକୁ ବିକିଲ କାହିଁକି ଜେଜେ?ତ ଜେଜେ ଉତ୍ତର ଦିଅନ୍ତି ଘରେ କବାଟ ପଟେ ସାପ, ବେଙ୍ଗ, କୁକୁର ଓ ଗାଈ ପଶିଲେ ତ ଚାଳ ଛପର ନହୋଇ ଉପରୁ ତେଲଗୁଣି ପୋକ, କାଚେରା ପୋକ ଖସିଲେ ତ ତୋ ବାପା ଘରଟାର ଦେଖାଶୁଣା କଲାନି ତ ବିକିନଥାନ୍ତି ଆଉ କଣ କରିଥାନ୍ତି!ତ ସେତେବେଳେ ତେଲଗୁଣି ଓ କାଚେରା ପୋକ କଥା ଶୁଣି ରିଙ୍କୁ କହନ୍ତି ହଁ ହଁ ଭଲକଲ କିନ୍ତୁ ଟିକେ ବଡ଼ ହୋଇ କଲେଜ ଗଲାପରେ ଓ ବିଜ୍ଞାନର ଛାତ୍ରୀ ହେଲାପରେ ରିଙ୍କୁଙ୍କର ଜେଜେଙ୍କୁ ସ୍ପେସିଜ ବୋଲି କହିବାକୁ ଇଛା ହୁଏ. କହିଦିଅନ୍ତି କେଵେ କେଵେ ତ ବାପା ବୋଉଙ୍କଠାରୁ କାହିଁକି ଗାଳି ଖାଆନ୍ତି ଜାଣୁ ନଜାଣୁ ବାହାହୋଇ ଶାଶୁ ଘରକୁ ଆସି ସାରିଥାନ୍ତି ରିଙ୍କୁ.
    ପୁଣି ରିଙ୍କୁ ଭାବିଚାଲିଥିଲେ ଶାଶୁଙ୍କ ଚାରିପଟେ ତାଙ୍କ ନାତି ନାତୁଣୀ ମାନେ ଘେରିରହିଥାଆନ୍ତି. ଶୁଣୁଥାଆନ୍ତି ତାଙ୍କର ଶଶୁରଙ୍କ ପ୍ରତି ଥିବା ପ୍ରେମ କାହାଣୀ. ସେ କେମିତି ବେଣୀ ଭିତରେ ଖୋସି ତାଙ୍କ ଗାଁରେ ଶିକ୍ଷକ ଥିବା ତାଙ୍କ ଭାବୀ ସ୍ୱାମୀ ଅର୍ଥାତ ଶଶୁରଙ୍କୁ ଖିଲିପାନ ଦିଅନ୍ତି. ସେକଥା ଶୁଣି ସମସ୍ତେ ଖିଲିଖିଲି ହସୁଥିଲା ବେଳେ ରିଙ୍କୁଙ୍କ ପୁଅ ଜିଟୁ ଓ ଝିଅ ରିଟୁ ମଧ୍ୟ ହସୁଥାଆନ୍ତି ଖିଲଖିଲ. ପୁଣି ଶାଶୁଙ୍କୁ କେହି ନାତି ନାତୁଣୀ ପଚାରୁଥାଆନ୍ତି ମାଆ ତୋ ବାହାଘରକୁ କଣ ହୋଇଥିଲା ମଟନ ନା ଚିକେନ ନା ମାଛ? ପୁଣି କିଏ କହୁଥାଏ ଚୁଙ୍ଗୁଡ଼ି ଓ କଙ୍କଡା ହୋଇଥିଲା କି ନାହିଁ? ଶାଶୁ କହନ୍ତି କେଜାଣି ମୋର କଣ ଆଉ ମନେ ଅଛି? ଶାଶୁ କିନ୍ତୁ କହୁଥାନ୍ତି ତାଙ୍କ ବାହାଘର ବେଳେ ଯୋଉ ବାଜା ବାଜେ ତାହାର ଶବ୍ଦ କିନ୍ତୁ ଥିଲା ରାମ୍ପୁ ରାମ୍ପୁ, ରାମ୍ପୁ ରାମ୍ପୁ. ନୂଆ ନୂଆ କଲେଜ ଯାଇ ପ୍ଲସ ଟୁ ରେ ସାଇନ୍ସ ନେଇ ପଢ଼ୁଥିବା ରିଙ୍କୁଙ୍କ ପୁଅ ଜିଟୁ ସେତେବେଳେ କହୁଥାଏ ମୋ ଜେଜେ ମାଆ ଗୋଟେ ସ୍ପେସିଜ. ଝିଅ  ରିଟୁ କିନ୍ତୁ ମାଆ ରିଙ୍କୁଙ୍କୁ ପଚାରୁଥାଏ ଭାଇ ସ୍ପେସିଜ କଣ କହୁଛି ମାଆ ଜେଜେମାଆଙ୍କୁ ? ତ ରିଙ୍କୁ ପୁଅକୁ ଚିଡି ଜେଜେମାଙ୍କୁ କଣ ସେମିତି କୁହନ୍ତି ବୋଲି କହନ୍ତି. ଝିଅ ରିଟୁ ପୁଣି କହୁଥାଏ ହନୁମାନଙ୍କ ପାଟି ସେମିତି ହେଲେ ମଧ୍ୟ ସେ ପ୍ରଭୁ. ଗଣେଶଙ୍କର ହାତୀ ପରି ଶୁଣ୍ଢ ଥିଲେ ମଧ୍ୟ ସେ ଆମକୁ ବୁଦ୍ଧି ଦେଉଥିବା ପ୍ରଭୁ. ତାଙ୍କୁ ଯେମିତି ମାନୁଛେ ସେମିତି ଜେଜେମା,ଆଈ ଅଜା ଇତ୍ୟାଦି ଗୁରୁଜନ ମାନଙ୍କ ମରହଟ୍ଟୀ କଥା ଶୁଣି ମଧ୍ୟ ତାଙ୍କୁ ଯଥାମାନ୍ୟ ଦେବା ତ ରିଙ୍କୁଙ୍କ ପୁଅ ଜିଟୁ ଭଉଣୀକୁ କହୁଥାଏ ଆସିଲା ହନୁମାନ ଓ ଗଣେଷଙ୍କୁ ସ୍ପେସିଜ କରିଦେବାକୁ! ଝିଅ ରିଟୁ କିନ୍ତୁ କହୁଥାଏ ପ୍ରଭୁଙ୍କୁ ସେମିତି କହିବୁନି ଭାଇ. ରିଙ୍କୁଙ୍କ ମନେଅଛି ତାଙ୍କ ବାପା ଚାଲିଗଲେଣି ସତ କିନ୍ତୁ ସିଏ ତାଙ୍କ ବାପା ଓ ବୋଉଙ୍କର ଅର୍ଥାତ ରିଙ୍କୁଙ୍କ ଜେଜେ ଓ ଜେଜେମାଆଙ୍କର ମୃତ୍ର୍ୟୁ ବାର୍ଷିକୀ ବା ଶ୍ରଦ୍ଧାରୁ ତିଥି ଅନୁଯାୟୀ ଶ୍ରାଦ୍ଧ ପଡୁଥିବା ଦିନମାନଙ୍କରେ ସକାଳେ ଉଠିବସି ଖୁବ କାନ୍ଦନ୍ତି ତ  ପୁଅ ଜିଟୁ କହେ ଅଜା ବି କମ ସ୍ପେସିଜ ନୁହଁନ୍ତି କହି ହସେ ତ ମାଆ ରିଙ୍କୁ ପୁଅକୁ ଗୋଡ଼ାନ୍ତି ବାଡେଇବାକୁ ତ ଦୌଡ଼ି ପଳାଏ ସେ. ଏ ଭିତରେ ଜିଟୁ ଓ ରିଟୁଙ୍କ ଅଜା ଚାଲିଗଲେଣି. ସେ ଚାଲିଯିବାର ଦି ଚାରିବର୍ଷ ପରେ ସେଇ ଦିନ, ବାର ଓ ଏକା ତିଥିରେ ଆଈ ବି ଚାଲିଗଲା ତ  ଲୁହ ଓ କୋହକୁ ଏକାକାର କରି ଦୁଇ ଆଖିରୁ ଲୁହ ଦୁଇଧାର ଗଡି ଆସୁଥିଲା ମାଆ ରିଙ୍କୁଙ୍କ ଆଖିରୁ. ଝିଅ ରିଟୁ ମଧ୍ୟ ମନିପ୍ଳାଣ୍ଟ ଗଛ ତଳେ ଠିଆ ହୋଇ ନିଜ ଅଜା ଓ ଆଈଙ୍କ ମୃତ୍ୟୁରେ କାନ୍ଦୁଛି ଦେଖି ଆଜି ଭାଇ ତାକୁ ସ୍ପେସିଜ କହି ଚିଡାଉ ନଥିଲା ବରଂ ମାଆ ଓ ଭଉଣୀଙ୍କୁ ସାନ୍ତ୍ୱନା ଦେଉଥିଲା.
    ଏବେ ସେହି ଦୁଇ ଆଖିରେ ରିଙ୍କୁଙ୍କର ଲୁହ ବଦଳରେ ସ୍ବପ୍ନ ଆସିଥିଲା ଏମିତିକି ଜଗନ୍ନାଥ ଠାକୁରଙ୍କୁ ସ୍ପେସିଜ ଭାବେ ବର୍ଣ୍ଣନା କରି ଜେ. ଏନ. ୟୁରୁ ଆସିଥିବା ଜୈନିକ ଛାତ୍ରଙ୍କୁ ଯେବେ ତାଙ୍କ ଇଣ୍ଟରଭ୍ୟୁରେ ପଚାରୁଥିଲେ ଅନେକ ପ୍ରଶ୍ନ. କେତେଟା ପ୍ରଶ୍ନ ଭିତରୁ ତୁମ ଜାତି କଣ?ତୁମେ ବିଶ୍ୱାବସୁଙ୍କ ପାଖରୁ ଆସିଲ କାହିଁକି? ବିଦ୍ୟାପତିଙ୍କୁ ସନ୍ଦେହ ନକରି ଲଳିତା ସହ ବିବାହ ଦେଲାବେଳେ ବିଶ୍ୱାବସୁଙ୍କୁ ରୋକିଲନି କାହିଁକି?ତୁମେ ଦାସିଆ ବାଉରୀଠାରୁ ନଡ଼ିଆ ହାତ ବଢ଼େଇ ନେଲ କେମିତି ? ବନ୍ଧୁ ମହାନ୍ତିଙ୍କୁ ଅନ୍ନଥାଳି ଟେକି ଦେଲ କେମିତି? ଏମିତି ଅନେକ ପ୍ରଶ୍ନ ଭିତରେ ଜଣକୁ ସୁଖ ଜଣକୁ ଦୁଃଖ, ଜଣକୁ ଶାନ୍ତି, ପ୍ରୀତି,ମୈତ୍ରୀ ଦେଲାବେଳେ ଜଣଙ୍କୁ ଦାମ୍ପତ୍ୟ ଜୀବନ ଦେଉନ ତ ଜଣେ ଦାମ୍ପତ୍ୟ ଜୀଵନ ଛାଡିବାକୁ କୋର୍ଟ ପରିସର ଯାଏଁ ଯାଉଛି.ଏ ଅବିଚାର କାହିଁକି କରୁଛ?ତୁମେ କଣ ଆତଙ୍କବାଦୀ ନା ସନ୍ତ୍ରାସବାଦୀ!ନହେଲେ କୋଉଠି ଅଧିକା ବର୍ଷା କୋଉଠି ପାଣି ଟୋପେ ମିଳୁନି କାହିଁକି? କୋଉଠି ପୁଣି ଛାଡ଼ପତ୍ର, ପ୍ରତାରଣା ହେଲାବେଳେ କୋଉଠି ସ୍ୱାମୀ ସ୍ତ୍ରୀଙ୍କୁ ଏକା ଦିନ ମାସ ବାର ତଥା ତିଥିରେ ଫେରାଇ ନେଇ କଣ ପ୍ରମାଣ କରିବାକୁ ଚାଁହୁଛ ତୁମେ? ଏଇ ଶେଷ ପ୍ରଶ୍ନ ଶୁଣି ରିଙ୍କୁ ଚିହିଁକି ବଡ଼ ପାଟିରେ କହିଥିଲେ କାରଣ ସେ ଓଡିଶାର ଆରାଧ୍ୟ୍ୟ,କାରଣ ସେ ପୁରୀ ସରକାର, କୃପାସିନ୍ଧୁ, ଜଗବନ୍ଧୁ,ତ୍ରାଣକର୍ତ୍ତା, ସୃଷ୍ଟିକର୍ତ୍ତା, ସର୍ବଶକ୍ତିମାନ ବିଶ୍ୱନିୟନ୍ତା.ରିଙ୍କୁଙ୍କ ବଡ଼ପାଟି ଶୁଣି ଧାଇଁ ଆସିଲେ ପୁଅ ବୋହୁ, ଝିଅ ଜୋଇଁ ଓ ଛୋଟ ଛୋଟ ନାତି ନାତୁଣୀ ଦୁହେଁ. ରିଙ୍କୁ ଉଠି ବସି ତାଙ୍କ ସ୍ବପ୍ନ ବୃତ୍ତାନ୍ତ ବଖାଣୁଥିଲେ ତ ପୁଅ କହୁଥିଲା ଶେଷକୁ ତୁ ମଧ୍ୟ ଗୋଟେ ସ୍ପେସିଜ ହୋଇ ବାହାରିଲୁ ମାଆ!ରିଙ୍କୁ ରାଗିପାଚି ପୁଅ ମୁହଁକୁ ଚାହିଁଲା ବେଳକୁ ଛୋଟ ନାତି ନାତୁଣୀ ସ୍ପେସିଜ ସ୍ପେସିଜ କହି ତାଳି ମାରୁଥିଲେ. ରିଙ୍କୁ ଆଖି ମଳିମଳି ଉଠିଲେ.ଆସନ୍ତା କାଲି ତାଙ୍କ ପିତା ମାତାଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ବ୍ରାହ୍ମଣ ଭୋଜନ କରାଇବାକୁ ହେବ ବୋଲି କହୁଥିଲା ବେଳେ ପୁରୁଣା ଫୋଟଟିକୁ ନୂଆ କରି ବନ୍ଧେଇ କରି ଆଣି ଦେଇଥିଲେ ଜୋଇଁ, ଯୋଉଥିରେ ଜିଟୁ ରିଟୁଙ୍କ ସହ ଜେଜେ, ଜେଜେମା, ଅଜା ଆଈ, ମାଆ, ବାପା, ବୋହୁ, ଜୋଇଁ, ନାତି ଓ ନାତୁଣୀ ସମସ୍ତେ ଥିଲେ.
    ରିଟୁ ମନେପକାଉଥିଲା ପ୍ରଥମାଷ୍ଟମୀ ଦିନ ତା ପାଇଁ ପିଠା ମିଠା ଓ ଢେର ସାରା ଜିନିଷ ନେଇ ଅଜା ଆଈ ଆସିଥାଆନ୍ତି ତାଙ୍କ ଘରକୁ. ରିଟୁର ଭଳି ଭଳି ରଙ୍ଗ ବେରଙ୍ଗର ପୋଷାକ ସାଙ୍ଗକୁ ରଙ୍ଗ ବେରଙ୍ଗ ଡିଜାଇନର ଜୋତା ଓ ଛତା ଥାଏ ତଥାପି ଅଜା ଆଣିଥିବା ଛତା ଓ ଜୋତା ଖୁବ ସୁନ୍ଦର ଥିବାରୁ ତାକୁ ପିନ୍ଧି ପରଦିନ ସ୍କୁଲ ଗଲା ରିଟୁ. ସମସ୍ତେ ତାର ନୂଆ ଜୋତା ଓ ଛତାର ପ୍ରଶଂସା କଲାବେଳେ ରିଟୁ ଲକ୍ଷ କଳା କାମିନୀ ବୋଲି ସାଙ୍ଗ ଝିଅଟି କାନ୍ଦୁଛି. କାହିଁକି କାନ୍ଦୁଛୁ ବୋଲି ମିନୁ ପଚାରିଥିଲା ତ କାମିନୀ ଶୁଖିଲା ହସ ହସିଦେଇ ଚୁପ ରହିଲା କିନ୍ତୁ ସ୍ନିଗ୍ଧା ଗୁରୁମା ଯେବେ କାମିନୀକୁ ଚକ ଆଣିବାକୁ ପଠେଇଲେ ସେ ଖାଲି ପାଦରେ ଯିବାରୁ ରିଟୁ ଦେଖିଲା ଡେ଼କ୍ସ ପାଖରେ ଥୁଆ ଯାଇଛି କାମିନୀର ଛିଣ୍ଡା ଚପଲ ଦୁଇଟି ତ ତା ମନରେ କାମିନୀ ପ୍ରତି ଖୁବ ଦୟା ହେଲା. ତା ପାଖରେ ଭଳି ଭଳି କମ୍ପାନୀର ସୁନ୍ଦର ସୁନ୍ଦର ଜୋତା ଚପଲ ଥିଲା ବେଳେ କାମିନୀର ଛିଣ୍ଡା ଚପଲ ପାଇଁ ସେ ମନ ଊଣା କରିଛି ବୋଲି ବୁଝିବାକୁ ବାକି ରହିଲା ନାହିଁ ରିଟୁକୁ.ପୁଣି ନିଜର ନୂଆ ଜୋତା ହଳଟି କାମିନୀକୁ ଦେଲେ ସେ ନେବ କି ନାହିଁ ପୁଣି ରିଟୁ ପାଇଁ ଯାହା ନୂଆ କାମିନୀ ପାଇଁ ତାହା ପୁରୁଣା ଲାଗିବ ହୁଏତ ଭାବି ଚୁପ ଚାପ କାମିନୀ ପାଖରେ ବସି ରହିଲା ରିଟୁ .
     କାମିନୀ ଖୁବ ଭଲ ପଢେ ତେଣୁ ସେ ତାର ଖାତାରେ ଅଙ୍କ କଷୁଥିବା ଭିତରେ ରିଟୁ ତା ପାଖକୁ ଲାଗିଯାଇ କହିଲା କାମିନୀ ଆମ ଘରକୁ ମୋ ଅଜା ଆଈ ଆସିଛନ୍ତି. ସେ ଗୋଟେ ଜୋତା କାରଖାନା ଖୋଲି ପୁରୁଣା ଜୋତା ସବୁକୁ ନୂଆ ଜୋତା କରୁଥିବାରୁ କଞ୍ଚାମାଲ ରୂପେ ପୁରୁଣା ଚପଲ ଜୋତା ସଂଗ୍ରହ କରୁଛନ୍ତି  ମୋର ଏ ଜୋତା ଦୁଇଟି ପିନ୍ଧି ତୁ ଘରକୁ ଯା. ଏହି ଭଳି ଜୋତା କରିବାକୁ ସେ ପୁରୁଣା ଜୋତା ଓ ଚପଲ ସଂଗ୍ରହ କରୁଛନ୍ତି ବୋଲି ବୁଝାଇ ଯାହାର ସବୁ ପୁରୁଣା ଜୋତା ଓ ଚପଲ ଥିବ ସେମାନେ ତାକୁ ସବୁ ଏକାଠି କରି ରଖିଥାଆନ୍ତୁ ଅଜା ପରେ ଆସିଲେ ନେଇଯିବେ ବୋଲି କହିବୁ. ଆଉ ଆଜି ଏ ଜୋତା ବଦଳରେ ତୋ ପୁରୁଣା ଚପଲ ମତେ ଦେ. କାମିନୀ ରାଜି ହୋଇଗଲା ତ ରିଟୁର ଜୋତା କାମିନୀକୁ ହେଉଥିବାରୁ ସେ ତା ନିଜ ଗୋଡ଼ରେ ପିନ୍ଧି ସ୍କୁଲ ଛୁଟି ପରେ ଘରକୁ ହସି ହସି ଯିବାର ଦୃଶ୍ୟରେ ରିଟୁ ସେଦିନ ଯୋଉ ଅନ୍ତରରେ ଶାନ୍ତି ପାଇଥିଲା ତାହା ଅବର୍ଣ୍ଣନୀୟ ଥିଲା. ଏଡ଼େ ଖରା ଗରମ ଦିନରେ ନିଜ ଭଲ ସାଙ୍ଗ କାମିନୀକୁ ଜୋତା ଦେଇଥିବାରୁ ଅଜା ଆଈ ଖୁବ ଖୁସି ହୋଇଥିଲେ ଓ ଆଉ ଦୁଇ ହଳ ନୂଆ ଜୋତା ରିଟୁ ପାଇଁ ଆଣିଦେଇଥିଲେ. ସନ୍ଧ୍ୟାରେ ଅଜା ଆଈଙ୍କ ସହ କାମିନୀ ଘରକୁ ଯାଇ ତାପାଇଁ ନୂଆ ଜୋତା ସହ ନୂଆ ଛତା ଦେଲାବେଳେ କାମିନୀ ସଂଗ୍ରହ କରିଥିବା ପୁରୁଣା ଜୋତା ଚପଲ ବ୍ୟାଗ ସବୁକୁ ଆଣିବାକୁ ଭୁଲି ନଥିଲେ ଅଜା.ବାଟରେ ଫିଙ୍ଗି ଦେଇ କହିଥିଲେ ଅନ୍ୟର ଉପକାର ପାଇଁ ମିଛ ବି ବେଳେ ବେଳେ ଶାନ୍ତି ଦିଏ ନା ରିଟୁ!ରିଟୁ କହିଥିଲା ମିଛ କହିବା ମହାପାପ.... ରାତିରେ ଦେଖିବ ନାଗସାପ ଜାଣି ମଧ୍ୟ ମୁଁ କାମିନୀକୁ ମିଛ କହିଥିଲି ଅଜା. ଆଈ କହିଲେ ନହେଲେ କାମିନୀ କଣ ତୋ ଜୋତା ଗ୍ରହଣ କରିଥାନ୍ତା!ତୁ ଠିକ କରିଛୁ କହି ଅଜା ଆଈ ଆହୁରି ଅନେକ ଜିନିଷ କିଣେଇ ଦେଇଥିଲେ ରିଟକୁ.ଜିଟୁ ପାଇଁ ଢେର ସାରା ଖାଇବା ଜିନିଷ. ସେ ଦିନ କେଡେ ଚଞ୍ଚଳ ଅତୀତର ସ୍ମୃତି ହୋଇଗଲା!


Rate this content
Log in