Pramila Sahoo

Others

2  

Pramila Sahoo

Others

ଆଶା

ଆଶା

2 mins
7.2K


କିଛି ଦିନ ତଳର କଥା-ଆନନ୍ଦପୁର ନାମ ଏକ ଗାଁ ଥିଲା l ସେହି ଗାଁରେ ସନିଆର ଘର l ସେ ଦିନ ଦୁଃଖିଟା, ତାହାର ବାପା ଋଣ ଅଣିଥିଲା ଯେ ସେହିଦିନ ଠାରୁ ଆଜି ଯାଏ ସାହୁବାବୁ ଘରେ କାମ
କରୁଛି l ପରିବାର କହିବାକୁ ଗଲେ ସନିଆ ଆଉ ସ୍ତ୍ରୀ, ଗୋଟିଏ ପୁଅ ହରିଆ l ହରିଆ ଭାରି ଇଚ୍ଛା ପଢିବ ପାଠ l ହେଲେ କଣ ହବ l ବାପା ପାଖରେ ନାହିଁ ଧନ l ବାପା ତ ଋଣରେ ବୁଡ଼ି ମରୁଛନ୍ତି l ଘର ପରିସ୍ଥିତି ଏତେ ଭଲ ନାହିଁ l ହରିଆ ବି ବାପା ସହ କାମ କଲା ସାହୁବାବୁଙ୍କର ଘରେ l ସାହୁବାବୁର ଗୋଟିଏ ପୁଅ l ବିଲାତରେ ରହି ପାଠପଢ଼ୁଥାଏ l ହରିଆର ଇଚ୍ଛା ମୁଁ ବି ପାଠ ପଢ଼ି କି ଭଲ ଚାକିରୀ କରିବି l ହେଲେ କଣ ହବ ଧନ ନାହିଁ ପାଖରେ l ହରିଆ ଭାରି ମନ ଦୁଃଖ କରେ l କିନ୍ତୁ ସାହୁବାବୁ କହନ୍ତି ତୁ ପାଠ ନପଢିଲେ କଣ ହେଲା ମୋ ପୁଅ ଅଛି l ଆମ ମାନଙ୍କୁ ଖାଇବାକୁ ଦବ l ହେଲେ ପୁଅ ବିଲାତରେ ରହିଗଲା ଯେ ଆଉ ଫେରିଲା ନି l ସେଠାରେ ବାହା ହୋଇ ସ୍ତ୍ରୀ ଆଉ ପିଲାଛୁଆଙ୍କୁ ନେଇ ରହିଲା l ସାହୁବାବୁ ସବୁବେଳେ ଭାବନ୍ତି ମୋ ପୁଅ ଆସିବ l ଏହା ମଧ୍ୟରେ ସାହୁବାବୁ ବୁଢ଼ା ହୋଇ ଗଲାଣି l ହରିଆ ପାଖରେ ରହୁଛନ୍ତି l ସାହୁବାବୁ ବସି ଭାବୁଛନ୍ତି କଣ ହୋଇ ଗଲା ମୁଁ ଭାବୁଥିଲି ହରିଆକୁ ମୋ ପାଖରେ ରଖିବି l ହେଲେ ଆଜି ମୁଁ ତାହା ପାଖରେ ରହିଲି l ମୋ ଆଶା ଆଶାରେ ରହିଗଲା l ଅଖିରୁ ଦୁଇ ବୁନ୍ଦାଏ ଲୁହ ଝରିଗଲା l ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଗଲା l ଶେଷରେ ପୁଅକୁ ଝୁରି ଝୁରି ଆରପାରିକୁ ଚାଲିଗଲେ l ଆଉ ପୁଅର ଦେଖା ପାଇଲେନି l ସାହୁବାବୁ ଆଶା ହିଁ ଆଶାରେ ରହିଗଲା.... ପ୍ରମିଳା ସାହୁ


Rate this content
Log in