STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଆମେ ତ ଭାଗ୍ୟବାନ ପିଲାରେ

ଆମେ ତ ଭାଗ୍ୟବାନ ପିଲାରେ

3 mins
296


ଗାଁ ସ୍କୁଲରେ ପାଠ ପଢ଼ୁଥିବା ତୃତୀୟ ଶ୍ରେଣୀ ବାଳକ ଟୁକୁ ସେଦିନ ବୋଉକୁ ତାର ପଚାରିଲା ସବୁଠୁ ଦୂରରେ କିଏ ରହିଛି ବୋଉ? ବୋଉ କହିଲେ କିଏ ଆଉ ଆକାଶ, ତାରା ଆଉ ଜହ୍ନ. ପୁଅ କହିଲା ସାର କହୁଥିଲେ ମହାକାଶଚାରୀମାନେ ଆକାଶ ଟପି, ତାରାମାନଙ୍କୁ ଭେଦି ଜହ୍ନଦେଶରେ ପହଞ୍ଚିଲେଣି ପରା. ଆଉ ତୁ ସେମାନେ ସବୁଠୁ ଦୂରରେ ଅଛନ୍ତି ବୋଲି କଣ କହୁଛୁ!ତେବେ ସମୁଦ୍ର ସବୁଠୁ ଦୂରରେ. ହେ ଏମିତି କଣ କହୁଛୁ ବୋଉ. ସମୁଦ୍ର ପରା ପୁରୀରେ ମହୋଦଧି ନାମେ ରହିଛି ପୁଣି ସାତପଡାର ତଣ୍ଡା ମୁହାଣ ଯୋଉଠି ଚିଲିକା ଓ଼ ସମୁଦ୍ର ମିଳିତ ହୋଇଛନ୍ତି , ଅସ୍ତରଙ୍ଗର ସମୁଦ୍ର ଯୋଉଠି ନିର୍ଜ୍ଜନ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ହୋଇ ରହିଛି ,ଅର୍କ କ୍ଷେତ୍ର କୋଣାର୍କର ସମୁଦ୍ର ଯିଏ ଚନ୍ଦ୍ରଭାଗା ନାମରେ ପରିଚିତ ଓ଼ ମୋରି ପରି ଧରମା ବାଳକ କୋଣାର୍କ ଦେଉଳ ମୁଣ୍ଡି ମାରି ତା ନିଜ ବାପାଙ୍କ ସହ ବାରଶହ ବଢ଼େଇଙ୍କ ଜୀଵନ ବଂଚେଇବା ପାଇଁ ଜୀଵନ ଦେଇଦେଇଥିଲା ସେହି ସମୁଦ୍ରକୁ ଡେଇଁ , ବ୍ରହ୍ମପୁରର ସମୁଦ୍ର ଯୋଉଠି କେତେ ଗହଳି ଚହଳି ଭିତରେ ଜୀଵନ ଲାଗେ ଗତିଶୀଳ ପୁଣି ବହୁତ ଦୂରରେ ନାନୀ ଘରୁ ଆମେ ଭାଇଜାଗ ଯାଇଥିଲେ ସେଠି ସମୁଦ୍ର ଉପର ଦେଇ ଉଡୁଥିବା ଉଡାଜାହାଜ ସବୁ ଦେଖି ତୁ କେତେ ଚମତ୍କୃତ ହରିଥିଲୁ ବୋଉ ତୋର ମନେ ପଡୁନିକି? ବୋଉ କହୁଥିଲା ହଁରେ ପୁଅ ତୋ ବଡ଼ ଭାଇ ମଧ୍ୟ ଆମକୁ ଆଣ୍ଡାମାନ ନେଲାବେଳେ ଆମେ ସମୁଦ୍ର ଉପର ଦେଇ ଉଡି ଉଡି ଯାଇଥିଲେ. ଏଥର ସାନପୁଅ ଟୁକୁ କହୁଥିଲା ତେବେ ସମୁଦ୍ର ସବୁଠୁ ଦୂର ବୋଲି କଣ କହୁଛୁ ବୋଉ!ଆଉ ସମୁଦ୍ର ଭିତରେ ଥିବା ଡଲଫିନ, ସାର୍କ ଆଦି କେତେ ଜୀବଜନ୍ତୁ ଆଜି ମଣିଷର ପୋଷା ମାନୁଛି. ପୁଣି ସମୁଦ୍ର ଗର୍ଭରେ ଥିବା ହୀରା, ଲୀଳା, ମୋତି, ମାଣିକ ସବୁକୁ ସମୁଦ୍ର ବୁଡ଼ାଳିମାନେ ସମୁଦ୍ର ଗର୍ଭରୁ ଆଣିବା ସହ ସ୍କୃ ଡ୍ରାଇଭ କରି ସମୁଦ୍ର ଗର୍ଭରେ ଥିବା ଜାତି ଜାତି ମାଛ,ଗୁଳ୍ମ, ସାମୁଦ୍ରିକ ଜୀବମାନଙ୍କ ସ୍ଥିତି ଅବସ୍ଥିତି ଜଣେଇସାରିଲେଣି ମାନବସମାଜକୁ ତ ସମୁଦ୍ର ଆଉ ବହୁଦୂରରେ କୋଉଠି ବୋଉ!

   ବୋଉ ଏଥର ପୁଅ ମୁହଁକୁ ଚାହ

ିଁ ଭାବିଲାଗିଲେ ଯେ ସାନପୁଅ ଏବେ ପାଠ ପଢି ଭୂଗୋଳ, ବିଜ୍ଞାନ ଆଦି ବିଷୟ ସହିତ ପରିଚିତ ହୋଇ ସବୁ କଥା ବୁଝି ଆସ୍ତେ ଆସ୍ତେ ବଡ଼ ହେଉଛି ତ ବୋଉ ଏଥର କହିଲେ ସବୁଠୁ ଦୂରରେ ଭଗବାନ ଅଛନ୍ତି ପୁଅ. ଯାହାଙ୍କୁ କେହି ଛୁଇଁ ପାରିବେନି, କି ଦେଖି ପାରିବେନି. ହସିଲା ଟୁକୁ କହିଲା ବୋଉଲୋ ଆମଭଳି ପିଲାଙ୍କୁ ତୁ ଶିଶୁ ବୋଲି ଭବେନା. ଯାହାର ଜେଜେ ଜେଜେମା ଅଛନ୍ତି ଓ଼ ନାତି ନାତୁଣୀମାନେ ତାଙ୍କଠୁ ଗପ ଶୁଣୁଛନ୍ତି ସେମାନଙ୍କୁ ଆଉ ତୁ ଶିଶୁ ବୋଲି ଭାବି ଭୁଲେଇ କହିପାରିବୁନି. ଜେଜେ ପରା ମତେ ନୃସିଂହ ପୁରାଣରୁ ପ୍ରହ୍ଲାଦ କଥା କହିଛନ୍ତି. ସେ ନିଜକୁ ରକ୍ଷା କରିବା ପାଇଁ ଦୁଷ୍ଟ ପିତାଙ୍କୁ ସ୍ତମ୍ଭରେ ଭଗବାନ ଅଛନ୍ତି କହି ଦେଖାଇଥିଲା ତ ସ୍ତମ୍ଭରୁ ବାହାରିଥିଲେ ନୃସିଂହ ଆଉ ଦୁରାଚାରୀ ହିରଣ୍ୟକଷ୍ୟପକୁ ବିଦାରଣ କରି ପୃଥ୍ୱୀ ବା ମହୀକୁ ଆଶ୍ବସ୍ତି ପ୍ରଦାନ କରିଥିଲେ. ମାଆ ଏଥର ପୁଅକୁ କୁଣ୍ଢେଇ ପକେଇ କହିଥିଲେ ମୋ ପୁଅ କେଡେ ବୁଦ୍ଧିଆ ସତରେ. ତେବେ ତୁ କହ ପୁଅ, ଆମଠୁ ବହୁତ ଦୂରରେ କିଏ?ଆମଠୁ ବହୁତ ଦୂରରେ ଭବିଷ୍ୟତ ବୋଉ. କାରଣ ମଣିଷ ଯେତେ ପାଠ ଶାଠ ପଢି ବଡ଼ ହେଲେ ମଧ୍ୟ ଭବିଷ୍ୟତରେ କଣ ହେବ କହିପାରିବ ନାହିଁ କି କେଵେ କାହାର ମୃତୁ ଆସିବ ଓ଼ କିପରି ଆସିବ ଏସବୁ ବି କହିପାରିବ ନାହିଁ. ଟୁକୁ ପାଟିରେ ହାତ ଦେଇ ବୋଉ କହିଲେ ସେତିକି ଥାଉ ପୁଅ. ଏଡିକି ବକଟେ ପିଲା, ଏଡ଼େ ବଡ଼ ବଡ଼ କଥା କହନା ଆଉ. ସବୁ ସେଇ ଜେଜେ ଓ଼ ଜେଜେମାଆଙ୍କ ପ୍ରଭାବ ତୋ ଉପରେ ପଡୁଛି. ଟୁକୁ କହୁଥିଲା ସେମାନଙ୍କ ପାଇଁ ମୁଁ ପରା ଓଳିଆରୁ ପଡି ଗଜା. ଟୁକୁ ହସି ହସି ଧାଇଁ ପଳାଉଥିଲା ତ ବୋଉ ତାକୁ ଧରିବାକୁ ଗୋଡ଼ାଉଥିଲେ ଯଶୋଦା ଯେମିତି କୃଷ୍ଣଙ୍କୁ ଧରିବାକୁ ଯାଇ ହାରିଯାଉଥିଲେ କିନ୍ତୁ କହୁଥିଲେ ଆରେ ବୋକା ସବୁଠୁ ଦୂରରେ ସୂର୍ଯ୍ୟ ତାଙ୍କୁ କିଏ ଛୁଇଁ ପାରିବ ନା ତାଙ୍କ ପାଖକୁ କିଏ ଯାଇ ପାରିବ. ସେଇ ଯୋଜନା ଚାଲିଛି ବୋଉ. ଏବେ ଆମ ଦେଶର ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ପୃଷ୍ଠରେ ପହଞ୍ଚିବାର ଯୋଜନା ଜାରି କରିବା ଆରମ୍ଭ କରୁଛନ୍ତି ପରା. ବୋଉ ସ୍ଥାଣୁ ପାଲଟି ଯାଉଥିଲେ ।



Rate this content
Log in