ଯାଯାବର
ଯାଯାବର


ଏମିତି ଅନାବନା ଭାବନାରେ ନିତି ହଜେ,
ପୁଣି ରାତିକୁ ସାଥି କରି ,
ଜହ୍ନ ତାରଫୁଲ ଗହଣରେ ଶୋଇଯାଏ,
ମିଳିଲେ ମିଳିଲା ରାଜ ଉଆସ,
ନହେଲେ ତାଠୁ ଭଲ ରାସ୍ତାକଡ଼ର ଫୁଟପାଥ,
ଭାଗ୍ୟକୁ କାହିଁକି ନିନ୍ଦିବିଜେ,
ଏତେ ସୁନ୍ଦର ଭାଗ୍ୟ ସହଜେ କାହାକୁ କି ମିଳେ,
ନା ଅଛି କିଛି ଚୋରି ହୋଇଯିବାର ଭୟ,
ନା ପିଛାକରନ୍ତି କେହି କିଛି ମନ୍ଦ ଉଦେଶ୍ୟ ରଖି,
ଏମିତି ନିତି ମୁଁ ଦେଖେ ନୂଆ ନୂଆ ସ୍ବପ୍ନ,
ପୁଣି ଭୁଲିଯାଏ ରାତିର କୋଳରେ ନୂଆକୁ ଆପଣେଇ,
ମୋତେ ଆଉ କଣ ଦରକାର ଯେ.......
ମୁଁ ....ମୁଁ ପରା ଏକ ମୁକ୍ତ ବିହଙ୍ଗ ଏ ସୁନୀଳ ଅମ୍ବରେ,
ମୋତେ ପରା ପ୍ରଥମେ ଛୁଏଁ,
ନାଁ ମୁଁ ପୁଲକିତ ହୁଏ ସେ ପହିଲି ବର୍ଷା,ଖରା,ଶୀତର ସ୍ପର୍ଶରେ,
ଏ ଜୀବନ ଟା କୋଉ ରାଜମହଲରେ ବନ୍ଦୀ ହୋଇପାରିବ,
ନାଁ ସେମିତି ହୋଇ ଜୀବନକୁ କଣ ପାଖରୁ ଦେଖି ହେବ,
ଏବେ ମୁଁ ଏଠି ତ ଆର ପଲକରେ ଆଉ କୋଉଠି,
ସେଥିଲାଗି ପରା ଏ ଦୁନିଆ କୁହେ ମୋତେ,
ନାଁ ସମସ୍ତେ ଡାକନ୍ତି ଏକ ନୂଆ ପରିଚୟରେ,
ମୁଁ....... ମୁଁ ଏକ..... ଯା.... ଯା....ବ.....ର ।