Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଉତ୍କଳର ନେତା ସ୍ଵୟଂ ଜଗନ୍ନାଥ

ଉତ୍କଳର ନେତା ସ୍ଵୟଂ ଜଗନ୍ନାଥ

1 min
13



ସବୁ ଦେବତାଙ୍କ ନେତା ଜଗନ୍ନାଥ

ପୁଣି ନେତାଙ୍କର ନେତା

ସକଳ ବିଶ୍ଵର ସର୍ବୋଚ୍ଚ ଦେବତା

ସର୍ବ ନେତାଙ୍କ ପୂଜିତା

ଚିରସ୍ଥାୟୀ ସଦା ଦେବତା ଓ ନେତା

ନେତାଙ୍କ ଭାଗ୍ୟ ନୀୟନ୍ତା

ଉତ୍କଳର ନେତା ସ୍ୱୟଂ ଜଗନ୍ନାଥ

ଉକ୍ତି ଭବ୍ୟ ଯଥାର୍ଥତା

ସ୍ୱୟଂ ନିର୍ବାଚିତ ନେତା ଜଗନ୍ନାଥ

ଅବଧି ନୁହେଁ ସୀମିତ

ଅନ୍ୟ ପକ୍ଷେ ସାଧାରଣ ନେତା

ସମୟ ସାପେକ୍ଷ ମାତ୍ର

ସାଧାରଣ ନେତା ଭ୍ରମଣରେ ଦୃଶ୍ୟ

ଠିଆ ଠିଆ ଦଣ୍ଡବତ

ଲୋକ ଦେଖାଣିଆ ମନୋଭାବ ଲିପ୍ତ

ମନ ମଧ୍ୟରେ ଘୃଣିତ

ଜଗନ୍ନାଥଙ୍କର ଯାତ୍ରା ପଟୁଆର

ବଡ ଦାଣ୍ଡେ ହୁଏ ଦୃଶ୍ୟ

ସାଷ୍ଟାଙ୍ଗ ପ୍ରଣିପାତ ଦୃଶ୍ୟ ସହଜେ

ପରିଲକ୍ଷିତ ଅବଶ୍ୟ

ଦେଶ ବିଦେଶରୁ ପ୍ରତିନିଧି ରୂପେ

ଭକତ ହୁଅନ୍ତି ରୁଣ୍ଡ

ଜୟ ଜୟ ଧ୍ୱନି ଆଗରେ ପଛରେ

କୋଳାହଳ ବଡ ଦାଣ୍ଡ

ଉତ୍କଳ ନେତାର କିପରି କ୍ଷମତା

ସ୍ପଷ୍ଟ ବାରି ହୋଇଯାଏ

ବିଶ୍ଵ ବ୍ରହ୍ମାଣ୍ଡର ନାଗରିକ ସର୍ବେ

ଭକ୍ତିରେ ମଥା ନୁଆଁଏ

ମନ ଜାଣି ଭୟ ଭକ୍ତି ସହକାରେ

ଦାୟିତ୍ଵ ପ୍ରତିପାଦନ

ପାଟି ଖୋଲି ନେତା ନ କହିଲେ ସୁଦ୍ଧା

କାର୍ଯ୍ୟ ହୁଏ ସମାପନ

କେତେ ବୁଡ଼ି ମରୁଡି ଓ ମହାମାରୀ

ରକ୍ଷାକାରୀ ସେଇ ନେତା

ଦୁଃଖରେ ସୁଖରେ ପାଖେ ପାଖେ ସଦା

ଜଗନ୍ନାଥ ମୁଖ୍ୟ ନେତା ।

ଉତ୍କଳର ଭାଷା ନ ପଢ଼ି ନ ବୁଝି

ଉତ୍କଳ ଭୂଇଁରେ ନେତା

ମାଟି ମାଆ ଭାଷା ବୁଝୁ ନାହିଁ ନେତା

ତଥାପି ଶାସନ କର୍ତ୍ତା!!

ଲୋକ ଦେଖାଣିଆ ଶାସନର ଭାର

ମୁଖରେ ବିକାଶ କଥା

ଓଡ଼ିଶାରେ ରହି ଓଡ଼ିଆ ନ ଜାଣି

ହୋଇ ପାରେ ଜଣେ ନେତା??

ସାଂସାରିକ ତଥା ସାମାଜିକ ନେତା

ମାତ୍ର ଅଟେ କ୍ଷଣସ୍ଥାୟୀ

ଯୁଗ ଆରମ୍ଭରୁ ସବୁରି ହୃଦୟେ

ଜଗନ୍ନାଥ ଛନ୍ତି ରହି ।

କାମ ଚଳା ନେତା କିଏ ଉତ୍କଳର

ଜନତା ନାହାନ୍ତି ଜାଣି

ମୁଖ୍ୟ ନେତା ନାମ ମୁଖେ ମାତ୍ର ଧରି

କେତେ କୁଜି ନେତା ପୁଣି

ଜନତାଙ୍କୁ ଯଦି ପ୍ରଶ୍ନ କରା ଯାଏ

କିଏ ତୁମ ମୁଖ୍ୟ ନେତା

ସର୍ବେ ଏକ ସ୍ୱରେ ନିଶ୍ଚିତ କହିବେ

ଜଗନ୍ନାଥ ଆମ ନେତା

ଅପ୍ରତିଦ୍ଵନ୍ଦୀ ନେତା ପୁଣି ଦେବତା

ଓଡ଼ିଶା ଜନ ମାନସେ

କେତେ ନେତା ପୁଣି ନେତାଙ୍କର ନେତା

ପୁଜନ୍ତି ଭକ୍ତି ବିଶ୍ୱାସେ

ଅନ୍ୟ ନେତା ଆଉ ଲୋଡା ନାହିଁ ପ୍ରଭୁ

ନେତା ଆମ ଜଗନ୍ନାଥ

ଆସ ସର୍ବେ ମିଶି ଗୁହାରି କରିବା 

ହେବାକୁ ଜଗତ ହିତ ।



Rate this content
Log in