STORYMIRROR

Anam Charan Sahoo

Others

4  

Anam Charan Sahoo

Others

ଉତ୍କଳମଣି ଗୋପବନ୍ଧୁ

ଉତ୍କଳମଣି ଗୋପବନ୍ଧୁ

1 min
163

ଜେଜେ ଥିଲେ ମୋର ପିଲାଦିନ ମିତ

ରହୁଥିଲେ ପାଶେ ପାଶେ

କହୁଥିଲେ କେତେ ନୂଆ ନୂଆ କଥା

ନାଲି ଓଠ ଦରହାସେ।


କେତେ ଗପ କହି ପାଖରେ ଶୁଆଇ

ବୁଝୁଥିଲେ ମନ ମୋର

ସେହି ସ୍ମୃତି ଆଜି ଧସେଇ ପଶୁଛି

ସ୍ମୃତିପଟ୍ଟଳେ ମୋହର।


ଓଡ଼ିଆ ପୁଅ ସେ ଗୋପବନ୍ଧୁ ନାମ

ସୁଆଣ୍ଡୋ ଜନମ ସ୍ଥାନ

ପର ଦୁଃଖ ଦେଖି ନିଜେ କାନ୍ଦୁଥିଲେ

ରଖିଗଲେ ଜାତି ମାନ।


ଗରବ ନଥିଲା ମନରେ ତାଙ୍କର

ପର ଉପକାର ବ୍ରତ

କୁଶଭଦ୍ରା ନଦୀ ବନ୍ୟାରେ ଉଛୁଳି

କରେ ଯେବେ ଉତୁପାତ।


ସାଙ୍ଗସାଥୀ ମିଶି ପାଦେ ଚାଲିଚାଲି

ଚୁଡ଼ା ଗୁଡ଼ ସାଥେ ଧରି

ଦୁଃଖିରଙ୍କୀଙ୍କର ବୁଝୁଥିଲେ ଦୁ଼ଃଖ

କିଏ ହେବ ତାଙ୍କ ସରି।


ଏକ ଦିନକର ସମୟ ପ୍ରବାହ

ପ୍ରତିକୂଳେ ଗଲା ବହି

ଜ୍ବରରେ ପୀଡ଼ିତ ତାଙ୍କର ଆତ୍ମଜ

ଛାଡି ଗଲେ ଏହି ମହୀ।


ମନରେ ନଥିଲା ବିଚ୍ଛେଦ ଭାବନା

ଏକ ସୁତ ଗଲା ଚାଲି

ଶତଶତ ପୁତ୍ର ଜୀବନ ପାଇଲେ

ନିଜ ପୁତ୍ର ଗଲେ ଭୁଲି।


ଏହିପରି ନେତା ଜଗତେ ବିରଳ

ସର୍ବ ହୃଦେ ବାସସ୍ଥାନ

ପରଲାଗି ଯାହା ପରାଣ କାନ୍ଦଇ

ସେହିତ ମହତ ଜନ।


ସେହି ଦିନୁ ସିଏ ଉତ୍କଳର ମଣି

ହୃଦୟରେ ଗଲେ ରହି

ତାଙ୍କ ପରି ପୁଅ ଉତ୍କଳ ମାତାର

ଭାଗ୍ୟରେ ଆଉକି ନାହିଁ?


Rate this content
Log in