ତୁମେ କୁହ
ତୁମେ କୁହ
ଯଦି ମୋର କେବେ ହେବ ତୁମ ସଙ୍ଗେ ସାକ୍ଷାତ ,
ଜାଣିନି ଏଜନ୍ମରେ ଏହି ସ୍ବପ୍ନ ହେବକି ମୋର ସତ ?
ପ୍ରଭୁ ,ତୁମକୁ କହିବି ମନ ଖୋଲି କେତେ କଥା ,
ତୁମ ପାଦ ତଳେ ରଖି ମୋର ଏହି ମଥା ।
ପଚାରିବି ,ରହିଥିବା ଏହି ମନରେ କେତେ କେତେ ପ୍ରଶ୍ନ ,
ଆଉ ,ହାଲୁକା କରିଦେବ ସବୁ ବୋଝ ଏହି ମନ ।
ତୁମେଟ ସର୍ବବ୍ୟାପି ସର୍ବଜ୍ଞାନୀ ,ଜାଣିଛ ନିଶ୍ଚୟ ଯାହା କହିବି ,
ତଥାପି ଭାବୁଛି ଏହି ବାହାନାରେ ,ତୁମକୁ ଥରେ ଦେଖିବି ।
ଅବଶ୍ୟ ଜାଣିଛି,ମୁହିଁ ଅଟେ ଏକ ଛାର ମଣିଷ ,
ଆଉ ତୁମେ ଅଟ ,ଏହି ତ୍ରିଭୂନର ଶ୍ରେଷ୍ଠ ନରେଶ ।
ଶୁଣିଛି,ତୁମେ ବଡ଼ ଚତୁର ,କିନ୍ତୁ ଦୟାର ସାଗର ,
ଅନ୍ୟାୟ ଅଧର୍ମ ନାଶି ,ତୁମେ ପୁଣି ସଭିଙ୍କୁ ଉଦ୍ଧର ।
ସେଥିପାଇଁ ମନରେ ମୋର ଏବେ ବାନ୍ଧିଚି ଏହି ଆଶା ,
କେମିତି କହିବି ତୁମକୁ ପାଉନାହିଁ ଏବେ କିଛି ଭାଷା ।
ତୁମେ କୁହ ଏବେ କେମିତି ତୁମକୁ କେବେ ଭେଟିବି ?
ଯେମିତି କହିବି ,ତୁମର ସବୁ କଥା ଖୁସିରେ ମାନିବି ।
ତୁମେ କୁହ ,କାହିଁକି ମୋତେ ଏତେ କଷ୍ଟ ଦେଲ ?
ଲାଗୁଛି,ବୋଧେ ତୁମେ ମୋର କଥା ମାନୁ ପାସୋରିଲ ।
ସେଥିପାଇଁ ବଡ଼ ବ୍ୟସ୍ତ ହୁଏ ,ଥରେ ତୁମକୁ ଭେଟିବି ,
ତୁମେ କୁହ ଏବେ ମୋତେ ,କେତେ ଅପେକ୍ଷା କରିବି ?
ଶୁଣୁଛ ସଭିଙ୍କ ଡାକ ଆଉ କରୁଛ ତାଙ୍କୁ ଉଦ୍ଧାର,
ତୁମେ କୁହ ,କାହିଁ ପାଇଁ ମୋତେ କରିଦେଲ ପର ?
ମୋତେ କିଛି କହୁଛନ୍ତି ,ତୁମେ ଅଟ ମାୟାବୀ ଠାକୁର ,
ତୁମେ କୁହ ,କେତେ କେତେ ରୂପ ତୁମ ମାୟାର ?
ତୁମେଟ ଜାଣିଛ ,ଦେଇଛ ମୋତେ ଏହି ମନୁଷ୍ୟ ଜୀବନ ,
ତେବେ ତୁମେ କୁହ ,କାହିଁକି କରୁଛ ଏତେ ହୀନିମାନ ?
କେହି ଏବେ କହୁଛନ୍ତି ,ତୁମେ ବଡ଼ ମନୁଆ ଠାକୁର ,
ତେବେ ତୁମେ କୁହ ,କେମିତି ମୋହିବି ମନକୁ ତୁମର ?
କେହି କୁହେ ତୁମେ ଅନନ୍ତ ଶୟନରେ ନିଦ୍ରାରେ ଲୀନ ,
ତୁମେ କୁହ ,କେମିତି ତୁମ ନିଦ୍ରା ହେବ ଭଗ୍ନ ?
କେହି ପୁଣି କହେ ତୁମେ ରସିକିଆ ,ପ୍ରେମର ପୂଜାରୀ ,
ତେବେ ତୁମେ କୁହ ,ସେହି ପ୍ରେମ ପାଇବି କିପରି ?
କେହି କହେ ,ଭକ୍ତି ଭାବ ଥିଲେ ,ଦେବ ଦେଖା ,
ତେବେ ତୁମେ କୁହ ,ଭକ୍ତି ପାଇଁ ଦେବିକି ପରୀକ୍ଷା ?
ଏବେ ଆଉ ବେଶୀ କିଛି ଜାଣିନି ତୁମ ସମ୍ବନ୍ଧରେ ,
କିନ୍ତୁ ତୁମେ କୁହ ,କେମିତି ମିଶିବି ତୁମ ସାଙ୍ଗରେ ?