ତୁମେ ଅଛ ବୋଲିତ
ତୁମେ ଅଛ ବୋଲିତ
ତୁମେ ଅଛ ବୋଲିତ
ଏତେ କଠୋର ପାହାଡରୁ
ଝରୁଛି ଝରଣା
ତୁମେ ଅଛ ବୋଲିତ
ସୂର୍ଯ୍ୟ ଚନ୍ଦ୍ରଙ୍କ କିରଣେ ଝଲସୁଛି
ଏ ମାଟି ମାଆ ଅଗଣା ।
ତୁମେ ଅଛ ବୋଲିତ
ଏତେବଡ ଦୁନିଆରେ ହୁଏ ରାତି ଦିନ
ତୁମେ ଅଛ ବୋଲିତ
ଏଠି ଶୁଭେ କୋଇଲିର
ମଧୁର କୂଜନ ।
ତୁମେ ଅଛ ବୋଲିତ
ସମୁଦ୍ରରେ ଆସୁଅଛି ଉତ୍ତାଳ ତରଙ୍ଗ
ତୁମେ ଅଛ ବୋଲିତ
ମୁକ୍ତ ଆକାଶରେ ଡେଣା ଝାଡି
ନିର୍ଦ୍ୱନ୍ଦରେ ବୁଲୁଛି ବିହଙ୍ଗ ।
ତୁମେ ଅଛ ବୋଲିତ
ନଈ ପଠାରେ ଶୋଭାପାଏ
କାଶତଣ୍ଡୀ ଶୋରିଷର କ୍ଷେତ
ତୁମ ଆବାହନି ପାଇଁ
ଗୋବରରେ ଲିପା ପୋଛା
ପଡେ ଝୋଟି ଚିତା ।
ତୁମେ ଅଛ ବୋଲିତ
ଅଗଣାରେ ତୁଳସୀ ଶୋଭାପାଏ
କାର୍ତ୍ତିକରେ ବଡସିଂହାର ବେଶ
ଦୟଣା ,ଦୁର୍ଲଭା କେତକୀ ର
ମହ ମହ ବାସ୍ନାରେ
ଦେଉଳ ମହକୁ ଥାଏ।
ତୁମେ ଅଛ ବୋଲିତ
ଶୁଭେ ଏଠି ଝରଣାର କୁଳୁକୁଳୁ ନାଦ
ଆଉ ପକ୍ଷୀଙ୍କ କାକଳୀ
କିନ୍ତୁ ସବୁ ଶବ୍ଦ କିଛି ସମୟ ପାଇଁ
ପାଲଟି ଯାଏ ଶୁଭ୍ର ଶଙ୍ଖ ଧ୍ୱନି
ଖାଲି ତୁମେ ଅଛ ବୋଲି ।
