STORYMIRROR

Mahesweta Panigrahi

Others

4  

Mahesweta Panigrahi

Others

ତୁମ ଗାଆଁ

ତୁମ ଗାଆଁ

1 min
364

ବହୁଦୂର ପଥ ଗଲି ବାହି

ମନେ ପଡ ତୁମ ଗାଆଁ କାହିଁ 

କେଉଁ ଏକ କୁହୁକ ମୁହୂର୍ତ୍ତ

ଲାଗେ ମୋର ବାଟ ଅଛି ଚାହିଁ।


ସୁନ୍ଦର ସେ ତନୁ ବଲ୍ଲରୀରେ

ବୋହିଯାଏ ପ୍ରେମର ପୀୟୂଷ 

ନା ତା'ର ନଦୀ କି ତଟିନି

ଲାଗେ ମୋତେ ଜୀବନ ଆୟୁଷ।


ତୁମ ଗାଆଁ ସରିତାର ପାଖେ

ଅଛି ଯେଉଁ ବିଶାଳ ପର୍ବତ 

ତୁମେ ଦେଖ କଣ୍ଟାବୁଦା ସେଠି

ମୋତେ ମିଳେ ପାଦପ ସଂଗତ।


ଲୁଚକାଳି ଖେଳେ ଯେବେ ଜହ୍ନ

ଦ୍ଵିତୀୟା ର ମେଘାଛନ୍ନ ପଥେ 

ଅପଲକ ନୟନେ ଚାତକୀ 

ମୁଁ ଚାହେଁ ତୁମକୁ ଏ ନେତ୍ରେ।


ବିଭୂଷିତ ରାତି ଯେବେ ଟଳେ

ଥକି ଯାଇ ତାରା ଙ୍କ ସଙ୍ଗତେ 

ନିଦ୍ରା ଜମା ମାଡେନା ମୋ ପାଶ

ଥକେନା ମୁଁ ତିଳେ ମାତ୍ର ସତେ।


ନୂଆ ନୂଆ ସକାଳ ସୂରୁଜ

କାଢିନିଏ ମଥାରୁ ଓଢଣା 

ଫୁଟି ଉଠେ ସତେଜ କୁସୁମ

ଦେଖି ତା'କୁ ହୁଏ ବାଟବଣା।


ତୁମ ପାଦ ପରଶ ରେଣୁରେ

ଥିଲା ଯେଉଁ ପ୍ରିୟ ପଦ ଚିହ୍ନ 

ସଡକ ଯୋଜନା ଦିନରୁ

ସେ ବି ତ ହେଲାଣି ନିଶ୍ଚିହ୍ନ।


ଦୂରୁ ଦୂରୁ ବିଲଲତା ମାଳେ

ଅପଲକ ଜାଗ୍ରତ ଚାହାଣୀ 

କୋଠାବାଡି ମୁଣ୍ଡ ଟେକି ସେଠି

ସେସବୁ ଗୋ ବିଗତ କାହାଣୀ।


ଚିତ୍ର ଆଉ ଚରିତ୍ରରେ ସେହି

ଆଜି ବି ଏ ଦୁନିଆ ଜୀବିତ 

ନୂତନତା ଛୁଏଁ ସାବଧାନେ

ଭୁଲେନା ସେ ସ୍ମୃତି ତ ଜୀବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍