STORYMIRROR

CHINMAYEE PRADHAN

Children Stories Romance Fantasy

3  

CHINMAYEE PRADHAN

Children Stories Romance Fantasy

ତୁମ ଗାଆଁ

ତୁମ ଗାଆଁ

1 min
194


ତୁମ ଗାଆଁରେ ରବି ଉଇଁଲେ

  ମୋ ଗାଆଁରେ ନଳିନୀ ହସେ,

ତୁମ ଗାଆଁରେ ଚାନ୍ଦ ଉଇଁଲେ

  ମୋ ଗାଆଁରେ କଇଁ ତ ହସେ।



ତୁମ ଗାଆଁରେ ମେଘ ବରଷେ

   ମୋ ଗାଆଁରେ ମୟୂର ନାଚେ, 

ତୁମ ଗାଆଁରେ ମେଘ ଭାଙ୍ଗିଲେ 

  ଏଠି ମୁଁ ଇନ୍ଦ୍ରଧନୁକୁ ଦେଖେ। 


ତୁମ ଗାଆଁର ବର୍ଷା ନିଆରା 

  ସତେ ସେ କେତେ ରୋମାଞ୍ଚ ଭରା, 

 ଟୋପା ତାହାର ମୋତିରେ ଭରା

  ମନେ ଖେଳାଏ ପୁଲକଧାରା।


 ତୁମ ଗାଆଁରେ ଫୁଲ ଫୁଟିଲେ

   ମୋ ଗାଆଁରେ ବାସ ତା ଛୁଟେ, 

ବାସ ତାହାର କରେ ପାଗଳ 

   ମନ ମୋ କାହିଁ ବୁଝେନା ମୋଟେ। 


ତୁମ ଗାଆଁର ଶୀତଳ ବାଆ

   ଭାରି ସୁନ୍ଦର ଲାଗଇ ଆହା, 

ମଧୁର ସ୍ପର୍ଶ ଦିଏ ହରଷ

   ଲାଗେ ପ୍ରିୟାର ପୀରତି ଛୁଆଁ। 



ତୁମ ଗାଆଁର ଝରଣା ଜଳ 

  ଲାଗେ ସେ ମତେ ଭାରି ମଧୁର, 

ପାନ କଲେ ତ ଲାଗେ ଯେମିତି 

  ଜଳ ନୁହେଁ ମୋ ପ୍ରିୟା ଅଧର। 


ତୁମ ଗାଆଁର ସେହି ପାହାଡ଼ 

  ସୂର୍ଯ୍ୟ ବୁଡିଲେ ଲାଗେ ସୁନ୍ଦର, 

ସୂର୍ଯ୍ୟ କିରଣେ ସୁନେଲି ରଙ୍ଗ 

  ମନେ ମୋ ଆଣେ ନୂଆ ତରଂଗ। 



ତୁମ ଗାଆଁର ଅଳସୀ ନଈ

  ହସି ହସି ସେ ଯାଉଛି ବହି, 

ପାହାଡ଼ ବିଲ ପ୍ରାନ୍ତର ଡେଇଁ 

  ଆମରି ପ୍ରେମ କାହାଣୀ କହି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍