STORYMIRROR

Prasanta kumar Hota

Others Children

2  

Prasanta kumar Hota

Others Children

ଠିକଣା ତୋର କୋଉଠି

ଠିକଣା ତୋର କୋଉଠି

1 min
100

ଜହ୍ନ ରେ ଜହ୍ନ କହି ଦେ ଜହ୍ନ 

ଠିକଣା ତୋର କୋଉଠି

କହିବୁ ଯେବେ ଲେଖିବି ତେବେ 

ତୋନାମେ ସରାଗେ ଚିଠି


ଜହ୍ନ ରେ ଜହ୍ନ କହି ଦେ ଜହ୍ନ 

ଠିକଣା ତୋର କୋଉଠି ।


ମୋ କୁନା ଦେଖେ ଆକାଶେ ତୋତେ

ପଡିବୁ କାଳେ ତୁ ଖସି

ରହିଛୁ ଲାଖି ଗଗନ ଦେହେ

ଗଗନେ ଯାଇଛୁ ମିଶି ।


ଜହ୍ନ ରେ ଜହ୍ନ କହି ଦେ ଜହ୍ନ 

ଠିକଣା ତୋର କୋଉଠି

ମୋ ମା କହିଛି ତୁ ମୋର ମାମୁଁ 

ତୋତେ ସେ ଡାକୁଛି ଶଶୀ


ଜହ୍ନ ରେ ଜହ୍ନ କହି ଦେ ଜହ୍ନ 

ଠିକଣା ତୋର କୋଉଠି

କହିଲେ ସିନା ପାଖକୁ ଯିବି

ପଡିଛି ଆମର ଛୁଟି 


ଜହ୍ନ ରେ ଜହ୍ନ କହି ଦେ ଜହ୍ନ 

ଠିକଣା ତୋର କୋଉଠି


Rate this content
Log in