ଠିକଣା ତୋର କୋଉଠି
ଠିକଣା ତୋର କୋଉଠି

1 min

103
ଜହ୍ନ ରେ ଜହ୍ନ କହି ଦେ ଜହ୍ନ
ଠିକଣା ତୋର କୋଉଠି
କହିବୁ ଯେବେ ଲେଖିବି ତେବେ
ତୋନାମେ ସରାଗେ ଚିଠି
ଜହ୍ନ ରେ ଜହ୍ନ କହି ଦେ ଜହ୍ନ
ଠିକଣା ତୋର କୋଉଠି ।
ମୋ କୁନା ଦେଖେ ଆକାଶେ ତୋତେ
ପଡିବୁ କାଳେ ତୁ ଖସି
ରହିଛୁ ଲାଖି ଗଗନ ଦେହେ
ଗଗନେ ଯାଇଛୁ ମିଶି ।
ଜହ୍ନ ରେ ଜହ୍ନ କହି ଦେ ଜହ୍ନ
ଠିକଣା ତୋର କୋଉଠି
ମୋ ମା କହିଛି ତୁ ମୋର ମାମୁଁ
ତୋତେ ସେ ଡାକୁଛି ଶଶୀ
ଜହ୍ନ ରେ ଜହ୍ନ କହି ଦେ ଜହ୍ନ
ଠିକଣା ତୋର କୋଉଠି
କହିଲେ ସିନା ପାଖକୁ ଯିବି
ପଡିଛି ଆମର ଛୁଟି
ଜହ୍ନ ରେ ଜହ୍ନ କହି ଦେ ଜହ୍ନ
ଠିକଣା ତୋର କୋଉଠି