ଠେକୁଆ ବଞ୍ଚିଗଲା
ଠେକୁଆ ବଞ୍ଚିଗଲା
1 min
6
ଠେକୁଆଟି ଭାରି ଧଳା
ଧରିନେଲା ତାକୁ କେଳା
ମୁଣି ଭିତରେ ପୁରେଇ
ଭଲକରି ଗୁଡେଇ
ଘରକୁ ନେଇଗଲା
ଝିଅକୁ ବାଟିବାକୁ କହିଲା
କାଟି କୁଟି ତରକାରୀ
କର ତାକୁ ବୋଇଲା
ଦେଇ ଲୁଣ ହଳଦୀ
ରା଼ନ୍ଧିବାକୁ ଜଲଦି ଝିଅ ଗଲା
ବାଡ଼ିପଟକୁ ଗଲା
ମୁଣିକୁ ଖୋଲିଦେଲା
ଠେକୁଆ ଦଉଡି ଚାଲିଗଲା
ଝିଅଟି ଭାରି ଭଲ ଥିଲା
ବାପା ଯେବେ ରାଗିଲା
ଝିଅ ବୁଝାଇ ଦେଇଥିଲା
କାହାକୁ ମାରି ଖାଇଲେ
ରୋଗ ହେବ ଭଲା
ଶାଗ ଭାତ ଖାଇ ବଞ୍ଚିବା
ଫଳ ଫୁଲୁରି ସଂଗ୍ରହ କରିବା
ବାପା ଝିଅଠୁ ଶିଖିଗଲା
ଝିଅ ଗଛ ପୋତି ସ୍କୁଲ ଯାଉଥିଲା.
