STORYMIRROR

Mamatamanjari Das

Others

3  

Mamatamanjari Das

Others

ତୋ ସହ ସମ୍ପର୍କ ଯୁଗ ଯୁଗ ଯାଏ ଥାଉ

ତୋ ସହ ସମ୍ପର୍କ ଯୁଗ ଯୁଗ ଯାଏ ଥାଉ

1 min
116


ବିନ୍ଦୁଏ ଲୁହର ବ୍ୟାସ ମାପୁ ମାପୁ

ସମୟଟା ସରିଯାଏ

କିଛି ସମୟ ପାଇଁ ପୃଥିବୀର 

ଅକ୍ଷାଂଶ ବି ହୋଇଯାଏ ଛୋଟ ,,,

ତଥାପି ଚାଲିବାକୁ ପଡିବ....

ଆଗକୁ ବାକି ଅଛି ଆହୁରି ଅନେକ ବାଟ ।


ଏଣିକି ଆଉ କ୍ଷୟ ହେବନାହିଁ

ମୋ ପର୍ଯ୍ୟାପ୍ତ ଅକ୍ଷରର ଶବ୍ଦାବଳୀ

ଏଣିକି ଆଉ ଭୟ ନାହିଁ

ପଥ ହୁଡିବାରେ ,,,

କାରଣ ତୋ'ବିନା ଜୀବନଟା ମୋର

ନିଃଶଙ୍ଗତା ଭରା ଅନ୍ଧାରରେ

ଚାହିଁ ଦିଗବଳୟ ଆଡେ

ବାଟ ଚାଲିବାରେ ।


ବେଳେବେଳେ ବାଷ୍ପଋଦ୍ଧ

ହୁଏ କଣ୍ଠାଦେଶ

ନୀରବ ନିଶ୍ଚଳ ପାଲଟେ ଲେଖନୀ

ମୁଁ ଭଲପାଏ ଏକାନ୍ତ ପଣକୁ

ଅନ୍ଧକାରର ନିଃଶଙ୍ଗତାରେ ବାନ୍ଧି ରଖେ ନିଜକୁ

ଶବ୍ଦର ଗୁଞ୍ଜନ

ମୋ କର୍ଣ୍ଣେ ବଜାଏ ଡେଙ୍ଗୁରା....

ମୁଁ କିନ୍ତୁ ମୋ ନିଃଶଙ୍ଗତାରେ

ମୋ ନିଜ ଭିତରେ ସଦା ଖୋଜିଚାଲେ

ତୋର'ଟିକେ ସ୍ନେହଭିଜା ଆସରା ।


ଲୁହର ଧାର ମୋର

ଲହୁ ହୋଇ ବୁହେ

ପଛରୁ ତୋ "ବବି" ଡାକ ମୋତେ ପୁଣି

ଲେଖିବାର ପ୍ରେରଣା ଯୋଗାଏ

ଆଖି ମୋର ଲାଖିଯାଏ ଦିଗବଳୟ

ଅସ୍ତାଚଳ ଶିଖେ ,

ଅସ୍ତାଚଳ ରବିଙ୍କର ଲାଲ କିରଣରେ

ତୁ 'ଲୁଚିଯାଉ ଦୂର ପରବତେ

ଫେରିଆସେ ମୁଁ ଭାବନା ରାଇଜୁ

ଆଉ ବୁଝାଇ ଦିଏ ନିକୁ ମୁଁ ନିଜେ

ସତରେ ନହଲେ ନାହିଁ ଭାବନାରେ ହେଉ

ତୋ'ସହ ମୋର ଏ ସମ୍ପର୍କ ପରା

ଯୁଗ ଯୁଗ ଯାଏ ......। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍