ସୁନା ପିଲା
ସୁନା ପିଲା
1 min
193
ସୁନାପିଲା ହେବାରେ ପାଠ ବହି ପଢ଼ିରେ ।
ପଣିକିଆ ଘୋଷିବା ହିସାବ କରି ଜାଣିବା ।
ପାହାନ୍ତାରୁ ଉଠିବା ପ୍ରାର୍ଥନା କରିବା ।
ସକାଳେ ନିତିକାମ ସାରିବା
ଗୁରୁଜନେ ପ୍ରଣାମ କରିବା ।
ଗୁରୁଙ୍କୁ ଧ୍ୟାନ କରିବା ବହି ପାଠ ପଢିବା ।
ପଣିକିଆ ଘୋଷିବା ନିତି କିଛି ଲେଖିବା ।
ବଗିଚାରେ ଗଛ ଲଗେଇ ପାଣି ନିତି ଦେବା ।
ଭାତ ଡାଲି ଖାଇବା ପାଠରେ ମନ ଦେବା ।
ଭଗବାନଙ୍କୁ ଧ୍ୟାୟିବା ଗୁରୁଙ୍କ କଥା ମାନିବା ।
ସନ୍ଧ୍ୟାବେଳେ ସଞ୍ଜ ଦେଇ ପାଠ ପଢି ବସିବା।
ଗୃହ କର୍ମ କରିବା ରାତି ଅଳ୍ପ କିଛି ଖାଇବା ।
ଶୋଇବା ସମୟ ଆସିଲେ କୃତକର୍ମ ମନେକରିବା
ଭୁଲ କର୍ମ ସବୁକୁ ସୁଧାରିବାକୁ ଚେଷ୍ଟା କରିବା ।
ମାତୃଭୂମିର ସୁଯୋଗ୍ୟ ସନ୍ତାନ ହେଇରେ
ଭଲ କର୍ମ କରି ରଖିବା ମାଟି ମା ଟେକରେ।।
