STORYMIRROR

Anam Charan Sahoo

Others

3  

Anam Charan Sahoo

Others

ସୁଖୀ ମଣିଷ

ସୁଖୀ ମଣିଷ

1 min
291

ଜୀବନଟା କେବେ ଖଟାମିଠା ଫଳ

ପିତା,କଷା ପୁଣି କେବେ

ଶରୀର ପାଇଁ ତ ଅବ୍ୟର୍ଥ ଔଷଧ

ଆନନ୍ଦେ ଖାଇବା ଯେବେ।


ଜୀବନଟା ପୁଣି ଋତୁଚକ୍ର ଭଳି

ବଦଳେ ଦିନକୁ ଦିନ

କେବେ ବର୍ଷା, ଶୀତ କେବେ ମଧୁ, ଗ୍ରୀଷ୍ମ

ଭୋଗନ୍ତି ଜଗତ ଜନ ।


ଜୀବନଟା ଏକ ଅଙ୍କାବଙ୍କା ନଈ

ବହିଯାଏ ପ୍ରିୟ ପାଇଁ

ଫେରି ଆସେ ନାହିଁ ବହିଥିବା ପାଣି

ପ୍ରେମାସ୍ପଦେ ମିଶେ ଯାଇ।


ଜୀବନଟା ଅଟେ ସାଦା କାଗଜଟେ

ଲେଖିବାକୁ ହୁଏ ଦେଖି

ଲେଖୁ ଲେଖୁ ଯଦି ଭୁଲ ହୋଇଯାଏ

ପାରିବା କିଛିତ ଶିଖି।


ଜୀବନ କେବେତ ସୁଗନ୍ଧରେ ଭରା

ହୁଏ କେବେ ବାସହୀନ

କେବେ କେବେ ଦିଶେ କାଳରାତ୍ରୀ ଭରା

କେବେ ପ୍ରଜ୍ଜଳିତ ଦିନ।


ଜୀବନଟା ପୁଣି ଜଟିଳ ଗଣିତ

ବୁଝେ ଯିଏ ପାରେ କଷି

ସବୁରି ଭିତରେ ସିଏ ଜୀଇଁ ଥାଏ

ଜୀବନକୁ ହସିହସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍