ସର୍ତ୍ତ
ସର୍ତ୍ତ


ହୃଦୟଥରା ଶବ୍ଦ ହୋଇପାରେ
କେତେବେଳେ ପୁଣି ଧରା ଦିଏନି
ସର୍ତ୍ତ ରଖିଲା ବେଳେ ଜୋରରେ
ମାନିଲା ବେଳକୁ ଅକାଳେ ନିୟମ ନାସ୍ତି ।
ସର୍ତ୍ତ ଥିଲା ଦୁଇ ବର ମାଗିନେବି ଯଥା ସମୟରେ
କୈକେୟୀ ମାଗିଲେ ବର ରାମ ରାଜା ବେଳେ
ସର୍ତ୍ତ ରଖିଲା ବେଳେ ହଁ କହିଥିଲେ ଦଶରଥ ଖୁସିରେ
ସର୍ତ୍ତ ପୁରଣ କରିବା ଏବେ କଷ୍ଟ ଥିଲା ଯେ ଜୀବନ ଦେଲେ
ସର୍ତ୍ତ ରଖି ପଶା ଖେଳି କଲେ ଯୁଦ୍ଧ ଆମନ୍ତ୍ରଣ
ଯୁଦ୍ଧିଷ୍ଟିର ପରି ବ୍ୟକ୍ତି ହେଲେ ଭଗ୍ନ ମନ
ଭାଇ ବନ୍ଧୁ କୁଟୁମ୍ବ ହୋଇ ଥିଲେ ଶେଷ
ତତ୍ପରେ ଗାନ୍ଧାରୀଠୁ ଅଭିଶାପ ନେଲେ ବି ତ କୃଷ୍ଣ
<
br>
ରହିବନି ସମୟ ସର୍ତ୍ତ ରଖିଲା ବେଳର
ପୂରଣ କରିଲା ବେଳର ଜୀବନେ ହୋଇବ ଗାର
କେହି କେହି ସର୍ତ୍ତ ରଖନ୍ତି ପ୍ରେମରେ
ସର୍ତ୍ତ ରଖିବା ପ୍ରେମକୁ କ'ଣ ପ୍ରେମ କୁହାଯାଇପାରେ
ପରୀକ୍ଷା ବେଳର ସର୍ତ୍ତ ଦେଇଥାଏ ଲାଭ
ସର୍ତ୍ତ ରଖି ପଢିଥିଲେ ପାଠପଢା ହେବ
ସର୍ତ୍ତ ବେଳେକେ ହୋଇଥାଏ ଶପଥର ନାମ
ସର୍ତ୍ତ ପୁଣି ହୋଇଥାଏ ବେଳେ କାଳ ଯମ
ସର୍ତ୍ତ ପାଳି ଏକଲବ୍ୟ, ଆରୁଣି ଶ୍ରେଷ୍ଠ ଶିଷ୍ୟ
ସର୍ତ୍ତ ପାଳି ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇଲେ ଅବଶ୍ୟ
ସର୍ତ୍ତ ରଖି ଭାଗ୍ୟ ହାତେ ଯଦି ଚ ରହିବ
ନିଶ୍ଚିତ ଛୋଟରୁ ଜଣେ ବଡ଼ ତ ହୋଇବ ।