STORYMIRROR

Ashok Moharana

Others

3  

Ashok Moharana

Others

ସ୍ପର୍ଶ

ସ୍ପର୍ଶ

1 min
228

ସକାଳ ପହରୁ ପଡିଛି ବାଜି

ମାଆ କୋଳେ କିଏ ଶୋଇବ ଆଜି।।

କୁନା କୁନି ମଧ୍ୟେ ଲାଗିଛି ଗୋଳ

ଦୁଇଟି ପିଲାଙ୍କୁ ଗୋଟିଏ କୋଳ।।

କୁନା ଚିଡାଇଲା କୁନିକୁ ଚାହିଁ

ଶାଶୁ ଘର ଯିବୁ ଶୋଇବି ମୁଁହି।।

ଶାଶୂ ମାଆ ତୋର ଯେଉଁଠି ଥିବ

ତା କୋଳେ ଶୋଇବୁ ହୋଇବୁ ଗେଲ।।

କୁନି କାନ୍ଦୁଅଛି ରାହାଟି ଧରି

ଶାଶୁଘର ଜମା ସେ ଯିବ ନାହିଁ।।

କୁନା ଚିଡାଉଛି ଥରକୁ ଥର

ଲୁହ ଝରୁଅଛି ଝର ଝର।।

ମାଆ ପାଶେ ଯାଇ କଲା ଗୁହାରି

ଶୋଇବ ତା କୋଳେ ମାଆ ଏକା ତାରି।।

ମାଆ ବୁଝାଇଲେ ଦୁଇ ପିଲାଙ୍କୁ

କଳି କରନାହିଁ ଏଇ କଥାକୁ।।

ପୁଅ ହେଉ ଅବା ସେ ଝିଅ ହେଉ

ମାଆ କୋଳ କେବେ ଭାଗ ନହେଉ।।

ପୁଅ ଝିଅ ପରା ଦୁହେଁ ସମାନ

ମାଆ କୋଳ ପରା ତାଙ୍କରି ଥାନ।।

ମୋରି ରକତେ ହୋଇଛ ଗଢା

ସ୍ନେହ ଶରଧାରେ ରହିବ ଏକା।।

ବୁଝିଗଲେ କୁନା କୁନିଟି ଏକା

ମାଆ ପାଶେ ଖେଳ ଲୁଚି ଲୁଚିକା।।

ମାଆ କୋଳ ସେତ ସରଗ ପୁର

ତା 'ରି ପରଶେ ହସେ ସଂସାର।।

ଜୀବନରେ ନାହିଁ ତା'ରୀ ମୁଲ

ମାଆ କୋଳ ସେତ ଅତି ଦୁର୍ଲ୍ଲଭ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍