ସଂସ୍କୃତି, ଆମର ସ୍ୱାଭିମାନ
ସଂସ୍କୃତି, ଆମର ସ୍ୱାଭିମାନ
ପୁରୁଣା ପୀଢ଼ି ଗଢ଼ି ଯାଇଛନ୍ତି ଭିତ୍ତିଭୂମି
ସଂସ୍କୃତିର ଆତ୍ମ ଚେତନାରେ
ଇତିହାସ ଶିଖାଏ ଜିଜ୍ଞାସା ବଢ଼ିଲେ ହିଁ
ସଂସ୍କୃତି ଉନ୍ନତ ହୁଏ ତର୍କ ବିତର୍କରେ ।୧।
ପ୍ରତିଷ୍ଠିତ ସଂସ୍କୃତି ଅତୀତର ଦାନ ସଦା
ବେଳେ ଭବିଷ୍ୟ ବର୍ତ୍ତମାନକୁ
ଉତ୍ତରପୀଢ଼ିର ଦାୟିତ୍ୱ ଓ ମହତ୍ତ୍ୱ ଉଦ୍ଦିଷ୍ଟ
କୁପରମ୍ପରା ଦୂର କରିବାକୁ ।୨।
ଦିବ୍ୟସତ୍ତା ପ୍ରଜ୍ଞା ତ ସୃଷ୍ଟିକର୍ତ୍ତା ମନୁଷ୍ୟର
ଉତ୍ତମ ଚରିତ୍ର ସମୁହର
ପରିଚିତ କରାଉ ଥିବା ସେ ଦିବ୍ୟସତ୍ତାକୁ
ଆମେ କହୁଛେ ଈଶ୍ୱର ।୩।
କିଛି ଉର୍ଜ୍ଜାମୟ ତନୁପ୍ରାଣ ପୃଥିବୀକୁ ଆସନ୍ତି
ଆମେ କହୁଛେ "ଅବତାର"
ଶାଶ୍ଵତ ମର୍ଯ୍ୟାଦାବନ୍ତ ସେ ବିଦ୍ୟମାନ କି ଦିବ୍ୟ
ମାନବ ଏ ନେଇ ଆବଶ୍ୟକତା ନାହିଁ ବିତର୍କର ।୪।
ଆତ୍ମାବଲୋକନ କଲେ ପାଇବା ଅତୀତ ବାଲି
ଘର ନୁହଁ କେବଳ ମିଥ୍ୟା ଭିତ୍ତିଭୂମିରେ
ତାହା ଅନେକ ଶିଉଳି ଲଗା ମିଥ୍ ହୋଇପାରେ
ସତ୍ୟ ସମ୍ବଳିତ ଘଟଣା ଉପରେ ।୫।
ଶ୍ରୀରାମ ସତ୍କର୍ମ ସଦ୍ବୃତ୍ତି ଏବଂ ସୁଶାସନର
ଜ୍ୱଳନ୍ତ ନିଦର୍ଶନ ଆର୍ଯ୍ୟ ସଂସ୍କୃତିରେ
ଦୂରାଚାରୀଙ୍କୁ ଗୁରୁ ମାନନ୍ତି ଲୋକ ମୋର କିଆଁ
କୁଣ୍ଠା ହେବ ଶ୍ରୀରାମଙ୍କୁ ପ୍ରଭୁ ସ୍ଵୀକାରିବାରେ ।୬।
ମୁଁ ଗର୍ବିତ ପ୍ରତିଷ୍ଠିତ ସଂସ୍କୃତି ଆମର ସ୍ବାଭିମାନ
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ।୭।
ମୁଁ ବିଶ୍ୱାସ କରେ ଯେ କେବଳ ଖରାପ କାମ
କରିଲେ ହିଁ ମଣିଷ ଦୁଃଖ ପାଇବ
ବେଳେ ବେଳେ ଭଲ କିଛି କଲେ ମଧ୍ୟ ଏହାର
ପରିଣାମ ଭୋଗିବାକୁ ପଡିବ ।୮।