STORYMIRROR

jyotsna mayee panda

Others

3  

jyotsna mayee panda

Others

ସମୟର ପାଦ ସ୍ବନ..

ସମୟର ପାଦ ସ୍ବନ..

1 min
240

ସମୟର ପ୍ରତିଟି ପାଦରେ ଶୁଭୁଛି

ଆଜି ମୃତ୍ୟୁର ସ୍ଵନ

ବସନ୍ତର ପ୍ରସ୍ଫୁଟିତ କୃଷ୍ଣଚୂଡ଼ାରେ

ଆଜି ଦୃଶ୍ୟମାନ ଅନାଗତ ଯୁଗର ରକ୍ତ କେତନ

ସଲାମ ସେ ବୀରକୁ

ନିଜ ରକ୍ତକୁ ଜର୍ଜରିତ କରି

ଅକ୍ଲାନ୍ତ ଭାବେ ଚଳିବାରେ ଲାଗିଛି

ସେ କଣ୍ଟକିତ ନାଗ ଫେଣି ବଣରେ

ମଣିଷ ଆଜି ନିଜକୁ ନିଜେ କରେ ବନ୍ଦିତ

ତାର ସେ କ୍ଷଣଭଙ୍ଗୁର ଖୁସି ଟିକେ ପାଇଁ

ଦୂର ମରୀଚିକା ପଛେ ଖାଲି ମରୁଛି ଧାଇଁ

ଆଉ ସେ ବସନ୍ତର ମଳୟରେ କାହିଁ

ସେ ମାଧୁର୍ଯ୍ୟ ଭରା ଜୀବନର ଗୀତ

ଆଉ ସେ ବର୍ଷାରେ ନାହିଁ ଆଜି

ଭିଜି ଭିଜି ନାଚିବାର ଅବକାଶ

ମୃତ୍ୟୁର ଛକା ପଞ୍ଝା ଚାଲିଛି ଆଜି

ଏ ମଣିଷର ଜୀବନେ

ମୃତ୍ୟୁ ଉପାନ୍ତରେ ବି ମିଳୁନି

ସେ ଆତ୍ମୀୟ ସ୍ୱଜନଙ୍କ ରୋଦନ ସ୍ଵନ

ଏଠି ମଣିଷ ଜୀବନଟା ପାଲଟି ଯାଇଛି

ସେ ଶବର ଶ୍ମଶାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍