ସମୟର ପାଦ ସ୍ବନ..
ସମୟର ପାଦ ସ୍ବନ..
ସମୟର ପ୍ରତିଟି ପାଦରେ ଶୁଭୁଛି
ଆଜି ମୃତ୍ୟୁର ସ୍ଵନ
ବସନ୍ତର ପ୍ରସ୍ଫୁଟିତ କୃଷ୍ଣଚୂଡ଼ାରେ
ଆଜି ଦୃଶ୍ୟମାନ ଅନାଗତ ଯୁଗର ରକ୍ତ କେତନ
ସଲାମ ସେ ବୀରକୁ
ନିଜ ରକ୍ତକୁ ଜର୍ଜରିତ କରି
ଅକ୍ଲାନ୍ତ ଭାବେ ଚଳିବାରେ ଲାଗିଛି
ସେ କଣ୍ଟକିତ ନାଗ ଫେଣି ବଣରେ
ମଣିଷ ଆଜି ନିଜକୁ ନିଜେ କରେ ବନ୍ଦିତ
ତାର ସେ କ୍ଷଣଭଙ୍ଗୁର ଖୁସି ଟିକେ ପାଇଁ
ଦୂର ମରୀଚିକା ପଛେ ଖାଲି ମରୁଛି ଧାଇଁ
ଆଉ ସେ ବସନ୍ତର ମଳୟରେ କାହିଁ
ସେ ମାଧୁର୍ଯ୍ୟ ଭରା ଜୀବନର ଗୀତ
ଆଉ ସେ ବର୍ଷାରେ ନାହିଁ ଆଜି
ଭିଜି ଭିଜି ନାଚିବାର ଅବକାଶ
ମୃତ୍ୟୁର ଛକା ପଞ୍ଝା ଚାଲିଛି ଆଜି
ଏ ମଣିଷର ଜୀବନେ
ମୃତ୍ୟୁ ଉପାନ୍ତରେ ବି ମିଳୁନି
ସେ ଆତ୍ମୀୟ ସ୍ୱଜନଙ୍କ ରୋଦନ ସ୍ଵନ
ଏଠି ମଣିଷ ଜୀବନଟା ପାଲଟି ଯାଇଛି
ସେ ଶବର ଶ୍ମଶାନ ।
