STORYMIRROR

Mamatamanjari Das

Others

4  

Mamatamanjari Das

Others

ସମୁଦ୍ର ଓ ମୁଁ

ସମୁଦ୍ର ଓ ମୁଁ

1 min
299


ସମୁଦ୍ର କୂଳରେ ବସିଥିଲି ଦିନେ

ମନରେ ଆବେଗ ନେଇ

ହଜିଯାଇଥିଲି ତା'ଶୋଭା ରାଜିରେ

ଅତୀତ ସ୍ମୃତିକୁ ପାଇ ,,

ହଠାତ ଏମିତି କିଛି ଘଟିଗଲା

ସୂର୍ଯ୍ୟ ଡୁବି ଗଲେ ବାରୁଣୀ ଉହାଡେ

ମାଡି ଆସିଲା ଅନ୍ଧାର

ଢେଉ ମାନେ କୂଳ ଲଙ୍ଘି

ମୋ ପାଦେ ପିଟିହେଲେ.....

ଘୁଞ୍ଚିଗଲି ମୁଁ ,,,,

ଲାଗିଲା ସତେ ଯେମିତି

କିଛି ହଜାଇ ଦେଇଛି ମୁଁ

ସମୁଦ୍ରର ବିଶାଳ ଗର୍ଭରେ ।



ସେହି ଦିନୁ ମୋ ଅଲକ୍ଷ୍ୟରେ

ମୁଁ ତାକୁ ଖୋଜି ଚାଲିଛି

ଏବେ ଅସ୍ଥିରତା ମୋର ସାଥୀ ପାଲଟିଛି

ମୁଁ ଭଲପାଉଥିବା ସାଗରର

ଗଭୀର ଓ ଗମ୍ଭୀର ନୀଳ ଜଳରାଶି

ଏବେ ମୋତେ ,,,,

ଖତେଇ ହେଉଛି .....

ସମୁଦ୍ର ଭିତରୁ ସାଉଁଟି ଥିବା ପ୍ରେମ

ଏବେ ମୋତେ ଅସହ୍ୟ ହେଉଛି

ସମୁଦ୍ର ଦିଏ ଆଉ ନିଏ

ଛଳାଛଳ ଜୀବନରେ

ଶାନ୍ତି, ପ୍ରୀତି, ସମ୍ଭୋଗ ସମ୍ଭାର

ଏବେ କିନ୍ତୁ ଲାଗେ 

ସମୁଦ୍ର ଖାଲି ନେଇଜାଣେ ,,

ସେ ଚୋରି କରେ ମନର ଆବେଗ ।


ସମୁଦ୍ର....

ଦିଏ କିଛି ଅଦେଖା ଅନ୍ଧାର

ଆଖିରୁ ଚୋରାଏ ସେ ନିଦ

ଲୁହ ଓ କବିତା ପରି ସେ ମୋର

ଭାରି ଅନ୍ତରଙ୍ଗ 

ହେଲ ବି ଦୁର୍ବୋଧ୍ୟ ,,,,

ଏଇ ଦେଖ ସମୁଦ୍ର ଟା ଉହୁଙ୍କି ଆସୁଛି

ଗାଢ ନୀଳରଙ୍ଗ ଢେଉରେ ତା'ର

ଶାନ୍ତି, ମୈତ୍ରୀ, ପ୍ରୀତିର

ବାର୍ତ୍ତା ସେ ଦେଉଛି,,

ତା' ବକ୍ଷର ମୁକ୍ତା ସବୁ ଅସ୍ପଷ୍ଟ ଦିଶୁଛି

ଫେନୀଳ ଢେଉର ତୋରଣେ

ସେ' ମୋତେ ଅପେକ୍ଷା କରିଛି

ତଥାପି କାହିଁକି କେଜାଣି

ମନଟା ମୋ ଉଦାସ ରହୁଛି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍