Prakash Majhi

Children Stories

4.5  

Prakash Majhi

Children Stories

ସ୍ମୃତରେ ସ୍ମୃତିରେ ଖରାଛୁଟି

ସ୍ମୃତରେ ସ୍ମୃତିରେ ଖରାଛୁଟି

1 min
190


ଯାଇଥିଲି ଦିନେ ମାମୁଁ ଘରକୁ ମୁଁ

ଖରାଛୁଟି ଯେବେ ହେଲା

ଅଜା ଶୋଇଥିଲା ଗହଣ ନିଦରେ

ଆଈ କବାଟଟା ଖୋଲିିିଦେଲା।


କହିଲା ମୋ ଆଈ ଏତେ ଗରମରେ

କେମିତି ଆସିଲ ଧାଇଁ,

ତତଲା ପବନ ଉଜାଡ଼ିି ହେଉଛି

ଦେହ ମୁୁଣ୍ଡ ହୁଏ ଝାଇଁ।


ବୋଉ କହିଦେେଲା ପୁଅ କାନ୍ଦୁଥିଲା

ଆସିବ ଆସିବ ବୋଲି

ଯେତେ ବୁଝେଇଲେ ବୁଝିଲାନି ଜମା

ଭୂଇଁରେ ଗଡିଲା ଖାଲି।


କିସ କରିଥାନ୍ତି ବୁୁଦ୍ଧିବାଟ କିଛି

ଦିଶିଲା ତ ନାହିଁଁ ମୋତେ,

ସେଥିପାଇଁ ଧରି ଆଣିଲି ସାଥିରେ

ଗରମ ହେଉ ସେ ଯେତେ।


ଏମିତି ଦିପଦ ଶୁଣେଇ ସେ ଦେଇ

ଭିତରକୁ ଗଲା ପଶି

ଖୁସିିିରେ କୋଲେଇ ନେଇଗଲେ ମୋତେ

ମାମୁୁଁ ମାଇଁ ସବୁ ଆସି।


କେତେ ସରାଗରେ ଖୁୁୁଏଇଲେ ସବୁ

ନାନା ରକମର ଖାଦ୍ୟ

ଯତନେ ଶୁଏଇ ଦେଲେ ବିଛଣାରେ

ଧାଇଁ ଆସିଲା ଯେ ନିିଦ।


ନିଦରେ ବାଉଳି ହେଉଥାଏ ଖାଲି

ବୋଉ ମୋ ଶୋଇଲା ପାଖେ,

ମାମୁୁଁ ପୁୁୁଅ ଝିଅ ଆସିଲେ ପାଖକୁ

ନିଦରୁ ଉଠି ମୁଁ ଦେଖେ।


କେତେ ଖୁସି ସବୁ ସପନେ ଯେମିତି

ଉଙ୍କି ମାରୁଥିଲା ଖାଲି,

ମନ ଛନଛନ ଖେଳିବୁ ବୁଲିବୁ

ଭାବନା ରାଇଜେ ଝୁୁୁଲି।


କେତେ ଚକଲେଟ ଆଇସ୍କକ୍ରିମ ଯେତେ

କିଣି ଆଣିିିଦେଲେ ନୂଆ,

ଆହୁରି ଖାଇବି ମନରେ ଯେମିିିତି

ଉଠୁୁୁଆଏ ଖାଲି ଧୂଆଁ।


ଅଜା ମୋ କହିଲା ଆରେ ନାତି ଟୋକା

କେଡୁଟେ ହେଲୁୁୁଣି ଆସି,

ଏବେବି କରୁୁଛୁ ଅଝଟ ଏମିତିି

 ଦାନ୍ତ ଯିବ ତୋର ଖସି।


କିଏ ସେ ଶୁୁୁଣୁଛି ଅଜାର କଥାକୁ

ଦେଲି ତା କଛାକୁ ଟାଣି,

ହଇରେ ବାଳୁୁୁଙ୍ଗା କହି ଦେଇଗଲା

ହସିହସି ପିିିଏ ପାଣି।


ମାମୁୁଁ ଗାଁ ବୁୁୁୁଲିଲି ଖରାରେ ଖେଳିିିଲି

ଲୁଚିଲୁଚି କେତେ ଖେଳ,

ସତେଜ ଯେମିିିତି ଲାଗୁଥିଲା ଭାରି

ଗୁଡ଼଼ି଼ଉଡ଼ା ଖରାବେଳ।


ନଈନାଳ ପାଣି ମାଛ ଧରାଧରି

କେତେଯେ ଖାଇଲି ତାଳ,

ଭାରି ସେ ଅଭୁୁୁଲା ପୋଖରୀ ଗାଧୁୁୁଆ

ସ୍ମୃତି ଆମ୍ବତୋଟା ମୂଳ।


ଏମିତି ଖେଳରେ ବିିିିତିଗଲା ମୋର

ମାମୁୁଁ ଘର ବୁଲାବୁଲି,

ଛୁଟି ସରିଗଲା ସ୍କୁଲ ଖୁଲିିିଲା

ଘରକୁ ଆସିଲି ଚାଲି।



Rate this content
Log in