STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସ୍ମୃତି-୭

ସ୍ମୃତି-୭

1 min
160


ବୁଲି ଯାଇଥିଲି ଘଟଗାଁ ପୀଠକୁ

ଦେଖିବି ମାଆ ତାରିଣୀ 

ଶାଳବଣେ ଯିଏ ପୂଜା ପାଉଛନ୍ତି

ଭକ୍ତଙ୍କ ଅଟେ ରଙ୍କୁଣୀ।


କଲେଜ ପଢୁଆ ପିଲାଟିଏ ଥିଲି

ଚଳାଇକି ସାଇକେଲ

ସାଙ୍ଗରେ ଜଣଙ୍କୁ ନେଇଥିଲି ମୁହିଁ

ବଡ଼ କରୁଥିଲି ଗେଲ।


ଘଟଗାଁ ପୀଠରେ ପହଞ୍ଚିବା କ୍ଷଣି

ମନ ମୋର ବଦଳିଲା

କହିଲି ସାଙ୍ଗକୁ ଯା'ବୁଲି ଆସିବୁ

ରହିଲି ଏଠି ଏକଲା।


ଗର୍ବ ଆଉ ମୋର ଅହଙ୍କାର ଯୋଗୁଁ

ମୋର ଏ ଚକା ଫାଟିଲା

ଝରାଇକି ଲୁହ ସଜାଡି଼ଲି ମୁହିଁ

ଗର୍ବ ମୋର ଖର୍ବ ହେଲା।


ସ୍ମୃତି ମନେ ପଡେ଼ ଆଜି ବୁଢା଼ କାଳେ

ହୋଇଥିଲା ଜୀବନରେ

ତାରିଣୀ ମାଆଙ୍କୁ କୋଟିଏ ପ୍ରଣାମ

କ୍ଷମା କରୁଥିବ ବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍