ସ୍ମୃତି-୭
ସ୍ମୃତି-୭
1 min
160
ବୁଲି ଯାଇଥିଲି ଘଟଗାଁ ପୀଠକୁ
ଦେଖିବି ମାଆ ତାରିଣୀ
ଶାଳବଣେ ଯିଏ ପୂଜା ପାଉଛନ୍ତି
ଭକ୍ତଙ୍କ ଅଟେ ରଙ୍କୁଣୀ।
କଲେଜ ପଢୁଆ ପିଲାଟିଏ ଥିଲି
ଚଳାଇକି ସାଇକେଲ
ସାଙ୍ଗରେ ଜଣଙ୍କୁ ନେଇଥିଲି ମୁହିଁ
ବଡ଼ କରୁଥିଲି ଗେଲ।
ଘଟଗାଁ ପୀଠରେ ପହଞ୍ଚିବା କ୍ଷଣି
ମନ ମୋର ବଦଳିଲା
କହିଲି ସାଙ୍ଗକୁ ଯା'ବୁଲି ଆସିବୁ
ରହିଲି ଏଠି ଏକଲା।
ଗର୍ବ ଆଉ ମୋର ଅହଙ୍କାର ଯୋଗୁଁ
ମୋର ଏ ଚକା ଫାଟିଲା
ଝରାଇକି ଲୁହ ସଜାଡି଼ଲି ମୁହିଁ
ଗର୍ବ ମୋର ଖର୍ବ ହେଲା।
ସ୍ମୃତି ମନେ ପଡେ଼ ଆଜି ବୁଢା଼ କାଳେ
ହୋଇଥିଲା ଜୀବନରେ
ତାରିଣୀ ମାଆଙ୍କୁ କୋଟିଏ ପ୍ରଣାମ
କ୍ଷମା କରୁଥିବ ବାରେ।
