STORYMIRROR

rasmi maye pati

Others

3  

rasmi maye pati

Others

ସମର୍ପିତ

ସମର୍ପିତ

1 min
148

ସାଗରକି ବୁଝେ ତଟିନୀ ବେଦନା 

 ଉଠି ପଡି କରି କାହିଁକି ଧାଏଁ

ଚାନ୍ଦକି ବୁଝିବ କୁମୁଦ ବେଦନା

 ସରସୀ ସନ୍ଧିରୁ କାହିଁକି ଝୁରେ ୧


ବେଳା ଭୂମି ଦୁଃଖ ଊର୍ମିକି ବୁଝିବ 

 ପ୍ରୀତିର ପରଶ କାହିଁକି ଦିଏ

ମେଘ ଚାଲି ଯାଏ ମେଘ ସବାରି ରେ

 ବସୁଧାର କଷ୍ଟ ବୁଝିବ କିଏ୨


ପ୍ରେୟସୀ ବେଦନା  ବୁଝୁଛି କିଏ ସେ 

 ସମର୍ପିତ ପରା ଧରାରେ ସିଏ 

ମନ ଦେଇଥିଲେ କର୍ଣ୍ଣଙ୍କୁ ପାଞ୍ଚାଳୀ 

  ପାଞ୍ଚାଳୀ ମନକୁ ବୁଝିଲା କିଏ ୩ 


କେଶବ ବାଟକୁ ଚାହିଁ ଦିନ ଗଲା

 ରାଧା ରାଣୀ କଷ୍ଟ ଜାଣିଲା କିଏ 

ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି 

 ମନ ପୋଡ଼ିଗଲେ ଜାଣିବ କିଏ ୪

 



Rate this content
Log in