ସ୍ମୄୄୄୄୄୄତି ତ ଅନେକ
ସ୍ମୄୄୄୄୄୄତି ତ ଅନେକ

1 min

314
ଏମିତି କିଏ ନାହିଁ
ଯାହାର କିଛି ଅତୀତ
ମନେ ପଡୁନାହିଁ
ଏମିତି କିଏ ନାହିଁ
ଯାହାକୁ ବିତିଥିବା ସମୟ
କେବେ କନ୍ଦାଇନଥିବ....
ତଥାପି ସମସ୍ତେ ବଞ୍ଚିଛେ
କେବଳ ଧର୍ମରକ୍ଷା ପାଇଁ
ମାନବଶ୍ରେଷ୍ଠ ବୋଲାଇବା ପାଇଁ ॥
ଏମିତି କିଏ କିଏ ଅତୀତ ସ୍ମୣୣୣୣୣତିକୁ
ଘାଣ୍ଟିଚକଟି ଭୁଲିଯାନ୍ତି ମାନବିକତା
ଧୂଳିସାତର ସ୍ୱପ୍ନ ଦେଖନ୍ତି ତ
ନତୁବା ଜୀବନ ବି ନେଇଯାନ୍ତି॥
ମୁଁ କହିବି ଏ ସ୍ମୄୄୄୄୄୄୄତି ନଥିଲେ
ଆମେ ଆଜି ହୁଏତ କଥା କହନ୍ତେନି
କି ଆଗକୁ ବଢିପାରନ୍ତେନି
ଏଣୁ ସ୍ମୃତି ବିନା ସଂସାର ଅସୁନ୍ଦର॥
ଦୁଃଖର ସ୍ମୃତି ହେଉ ଅବା ସୁଖର
ସବୁ କରିବାକୁ ହେବ ଆପଣାର
ଏ ପରା ଅଟେ ମାୟା ସଂସାର
ଏଠି ସ୍ମୃତି ହିଁ ଦିଏ ଜୀବନେ ସାର॥