Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Abstract

3  

Kunja Bihari Dalai

Abstract

ସଜ ସକାଳ

ସଜ ସକାଳ

1 min
117


ଲୁଚିଲେଣି ଶଶୀ ପାହିଲାଣି ନିଶି

ଆସିଛି ସଜ ସକାଳ ,

ପ୍ରାଚୀ ଗଗନରେ ମୁରୁକି ହସନ୍ତି

କଶ୍ୟପ ଅଦିତି ବାଳ ।


ସତେକି ନିଦ୍ରିତା ବସୁନ୍ଧରା ରାଣୀ

ରାତିରେ ଯାଇଛି ଶଙ୍କି ,

ସୌମ୍ୟା ମୁଖେ ଦେଲେ ତରୁଣ ତପନ

କନକ ଓଢ଼ଣୀ ଢାଙ୍କି ।


ଦ୍ଵିଜ ଶଂଖ ଧ୍ୱନୀ କରୁଛନ୍ତି ଜାଣି

ଅରୁଣ ଙ୍କୁ ପୂର୍ବେ ଦେଖି ,

ଅର୍ଣ୍ଣବର ଜଳ ଦିଶଇ ସ୍ବର୍ଣ୍ଣାଭ

ଆଖି ରହିଯାଏ ଲାଖି ।


କର୍ମ ଜୀବୀ ନର କର୍ମେ ଅଗ୍ରସର

ଜୀବନ ଜୀବିକା ପାଇଁ ,

ସଂସାରର ବୋଝ ମୁଣ୍ଡେ ଅଛି ଯା'ର

ଦିବସେ ବିଶ୍ରାମ କାହିଁ ?


ପ୍ରୀତିର ପରଶ ବାଣ୍ଟଇ ହରଷେ

ସକାଳ ଶୀତୁଆ ବାଆ ,

ଉଠିପଡ ଧନ ସକାଳ ହେଲାଣି

କାଉ ରାବିଲେଣି କାଆ ।


Rate this content
Log in