ଶୁଭ ପରିଣୟ
ଶୁଭ ପରିଣୟ
ଶୁଭ ଲଗନରେ ଶୁଭ ଅବସରେ
ଭାସିଉଠେ ସ୍ଵପ୍ନରାଜି
ପ୍ରିୟତମା ସାଥୀ ତୁମେ ମୋର ସ୍ମୃତି
ବିଧାତା ଦେଇଛି ଖଞ୍ଜି ! !
ପ୍ରଥା ପରମ୍ପରା ସଂସ୍କୃତି ନିଆରା
ସମୃଦ୍ଧ ଉତ୍କଳ ରୀତି
ବିବାହ ବେଦୀରେ ବସିଲ ସାଥିରେ
ପଡିଗଲା ହାତଗଣ୍ଠି ! !
ମୁଁ' ସୂର୍ଯ୍ୟକାନ୍ତ ପ୍ରେମ ମୂର୍ତ୍ତିମନ୍ତ
ଉଜ୍ଜ୍ଵଳ ଭାସ୍କର ଜ୍ୟୋତି
ତୁମେ ମୋ'କ୍ଷୀରାବ୍ଧି ପ୍ରେମର ବାରିଧି
ଅଭୁଲା ଏ' ପ୍ରୀତି ସ୍ମୃ୍ତି ! !
ଜନ୍ମ ଜନ୍ମାନ୍ତର ତୁମେ ସାଥୀ ମୋର
ମୁଁ' ତୁମ ହୃଦୟ ରାଜା
ସଵୁ ଜନମରେ ରହିବ ସାଥୀରେ
ତୁମକୁ ପଡିବ ଖୋଜା ! !
*********
ପବିତ୍ର ବନ୍ଧନ ତୁମେ ଧନମନ
ମୁଁ' ତୁମ କ୍ଷୀରାବ୍ଧି ରାଣୀ
ସିନ୍ଥିରେ ମୋହର ସୁହାଗ ସିନ୍ଦୂର
କରି ଦେଲ ଚିର ଋଣୀ ! !
ଦଶଦୋଷ ମୋର କରିବ ବିଲୀନ
ଆହେ' ପ୍ରିୟ ପତି ଦେବ
କୁଳର ଗାରିମା କ୍ଷୀରାବ୍ଧିତନୟା
ଅତୁଟ ସମ୍ପର୍କ ଭାବ ! !
ମୋ' ଶାଶୁ ଶ୍ଵଶୁର ଅଲିଭା ସ୍ଵାକ୍ଷର
ଉଦାର ହୃଦୟ ଚିତ୍ତ
ରବୀନ୍ଦ୍ର ପ୍ରଭାତୀ କୋଟି ଦୟାନିଧି
ପାଇଛି ମୁଁ' ପିତା ମାତ ! !
ଶୁଭ ପରିଣୟ ଅଟେ ମହନୀୟ
ସୁନେଲି ସପନ ରାତି
ଜଗତର ନାଥ ହୁଅହେ' ସଦୟ
ଉଚ୍ଛୁଳି ପଡୁ ଏ'ସ୍ମୃ୍ତି ! !
ଶୁଭେଚ୍ଛୁ ଅତିଥି ଢାଳହେ' ପୀରତି
' ପପୁ ଟିଟିଲି' ଙ୍କୁ ଆଜି
ଦାମ୍ପତ୍ୟ ଜୀବନ ହେଉ ସୁଖମୟ
ଅରଜିବେ କିର୍ତ୍ତୀରାଜି ! !
ସଦାନନ୍ଦ ସାହୁ , (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର !