ଶୁଆ ଭାଇ
ଶୁଆ ଭାଇ
1 min
404
ଆ ଶୁଆ ଭାଇ ଗାଇ ଦେ ଗୀତ,
ଶୁଣିବାକୁ ଇଛା କରିଛି ମିତ।
ଆମ ଭାଷାରେ କଥା ହୁଅଇ,
ସଭିଙ୍କ ମନକୁ ତୁ ଜିଣଇ।
ଥଣ୍ଟ ଲାଲ ତୋ ଦେହ ଶାଗୁଆ,
ଆଖିକୁ ଦିଶୁ ଭାରି ବଢିଆ ।
ଲଙ୍କା, ପିଜୁଳି ପ୍ରିୟ ଭୋଜନ,
ଅତିଥି ଙ୍କୁ କରୁ ଅଭିନନ୍ଦନ ।
ଗୁଡ୍ଡୁ ମୋ ଭାଇ ତୋ ସାଥେ ଖେଳେ,
ତା ଠାରୁ ଖସି ବସୁ ତୁ ଡାଳେ।
ଖୋଲି ଦେଲି ମୁଁ ପଞ୍ଜୁରୀ ଦ୍ବାର ,
ଯା ଉଡି ଯା ତୁ ଦୂର ଅମ୍ବର।