ଶରତ କାଳ
ଶରତ କାଳ
ଭାଦ୍ରବ ସରିଲେ ଆଶ୍ବିନ ଆସେ,
ଷଢ ଋତୁ ଚକ୍ରେ ଦୁନିଆଁ ହସେ।
ଭାଦ୍ରବ ଆଶ୍ବିନ ଦୁଇଟି ମାସ,
ଶରତ ଋତୁର ହୁଏ ସମାସ।
ଛାଡିଛି ବରଷା ଆସିନି ଶୀତ,
ଧରାବକ୍ଷେ ରାଜ କରେ ଶରତ।
ଭୀଷଣ ବର୍ଷାର ନଥାଏ ଡର,
ନିର୍ମଳ ଦିଶଇ ନୀଳ ଅମ୍ବର।
ଆଶ୍ବିନ ମାସରେ ହୁଏ ପାର୍ବଣ,
ନଗର ପଲ୍ଲୀରେ ସଜେ ତୋରଣ।
ଦେବୀ ଦୁର୍ଗାଙ୍କର ପୂଜା ହୁଅଇ,
ଧରାରେ ସୁଷମା ଚିତ୍ତ ଜିଣଇ।
ତଟିନୀ ପଠାରେ ଆଶ୍ବିନ ମାସେ,
କାଶତଣ୍ଡି ଫୁଲ ମୁରୁକି ହସେ।
ଶରଦ ଶଶିକୁ ନଜାଣେ କିଏ
ଜୋଛନାରେ ମନ ଜିଣଇ ସିଏ।