STORYMIRROR

Bhagabat Sahoo

Others Children

4  

Bhagabat Sahoo

Others Children

ଶିଶୁ ହସିଲେହସିବ ଦେଶ

ଶିଶୁ ହସିଲେହସିବ ଦେଶ

1 min
219


ଟିକି ଟିକି ହାତ ଗୋଡ଼

     ଟିକି ତାର ଆଖି

ଟିକି ଟିକି ନାକ କାନ

      ଟିକି ତାର ପାଟି!!

ଟିକିଟିଏ ମୁଣ୍ଡ ତାର

     ଟିକି ପେଟ ପିଠି

ଟିକିଟିଏ ସୁନା ତାର

    କୋଳି ଟିକି ଟିକି !!

ମାଆ ର ଛାତିରେ ଥାଏ

     ସେହିମୁଣ୍ଡ ଜାକି

ଚୁଁ ଚୁଁ କରି କ୍ଷୀର

     ଖାଉଥାଏ ଚୁଷି !!

ଖାଇ ଦେଲେ ନିଦ ଆସେ

      ମୁଜିଦିଏ ଆଖି

ନିଦ ତାର ଭାଙ୍ଗି ଯାଏ

    ଯେବେ ହଗେ ମୁତି !!

ଭୋକ ହେଲେ କାନ୍ଦି ଥାଏ

    ରାହା ଖୋଲି ପାଟି

ଜଣେଇ ଦିଏ ସଭିଙ୍କୁ

     ଗଲାଣି ସେ ଉଠି !!

ଝୁଲଣା ରେ ଝୁଲୁଥାଏ

      ସେହି ଦିନ ରାତି

ଶୋଇବାକୁ ଗଲେ ମାଆ

    ପାଖେ ଆଣେ ଟେକି !!

ଭୋକ ହେଲେ କାନ୍ଦିଥାଏ

      ରାତିରେ ସେ ଉଠି

ମାଆ କ୍ଷୀର ଖୋଇ ଦେଲେ

      ହୋଇ ଯାଏଁ ଚୁପି !!

କେବେ କେବେ ନିଜେ ଖେଳେ

       ହାତ ଗୋଡ଼ ଛାଟି

 କେବେ ସେହି ମନେମନେ

      ଦେଇ ଥାଏ ହସି !!      

ଦିନେ ସେହି ଶିଶୁ ହୁଏ 

     ଦେଶ ଜାତି କୀର୍ତ୍ତି

ଇତିହାସ ରହି ଯାଏଁ 

      ତାର ନାଁ ଆ ଗୋଟି!!

ଦେଶର ଆଗାମୀ କାଲି

     ଶିଶୁ ଏ ଅଟନ୍ତି

ଶିଶୁ ଙ୍କର ଯତ୍ନ ନିଅ

      ମାଆ ଓ ମାଉସୀ !!

ହେଉ ପୁଅ ହେଉ ଝିଅ

      ବାଛ ନାହିଁ କିଛି

ସଭିଙ୍କୁ ପାଳ ସମାନ

     ଦେଇ ସମ ଦୃଷ୍ଟି !!

ଝିଅ ପାଇଁ ପୁଅ ଟିଏ

     ହୋଇ ଥାଏ ସୃଷ୍ଟି

ପୁଅ ଟିଏ ପାଇଝିଅ

      ହୁଏ ତାର ସାଥୀ !!



Rate this content
Log in