ଶୀତୁଆ ସକାଳ
ଶୀତୁଆ ସକାଳ
ଦୂର ଦିଗବଳୟେ ଚକ୍ରବାଳ ଡାକେ..
ସିନ୍ଦୁରି ରଙ୍ଗ ରେ ଛବି ଟିଏ ଆଂକେ...
ରକ୍ତିମ ଲାଳିମା ରଙ୍ଗ ଛିଟା ସିନା...
ଦିଶେ ଅବା ପଲ୍ଲୀ ବଧୂ ର ଓଢଣା... ll1ll
କୁହୁଡି ଆକାଶେ କେଡ଼େ ଶୁଭ୍ର ଦିଶେ..
ଜ୍ୟୋତି ଦିବାକର ନିତ୍ୟ ସେ ଝଟକେ..
ଶୀତୁଆ ସକାଳେ ଶୀତଳ ସମୀର...
ଦେହେ ଶିହରଣ ଭରିଦିଏ ତାର ll2ll
ଗ୍ରାମ୍ୟ ବଧୂ ଆସେ ଗାଁ ନଈ ତୁଠେ...
ନୁପୁର ଶବଦେ ଅଗଣା ତା ହସେ..
ଶଙ୍ଖ ଶବଦେ ଚତୁଃର୍ଦିଗ ଭାସେ...
ତୁଳସୀ ମୂଳ ରେ ମୁରୁଜ ସେ ଲେଖେ..
ଜଳ ଦାନ ପରେ ଶୁଭ ସେ ମନାସେ ll3ll
କୁଞ୍ଜଲତା ଫୁଲେ ପଡଇ ଶିଶିର...
ସୂର୍ଯ୍ୟ କିରଣ ରେ ଦିଶଇ ସୁନ୍ଦର...
ନାଲି ଫୁଲେ ଅବା ମୁକ୍ତା ଝଟକୁଛି....
ଅପୂର୍ବ ସେ ଦୃଶ୍ୟ ମନ କୁ ମୋହୁଛି ll4ll
କୂକୂଟ, ବିହଙ୍ଗ ଡାକ ସୁଣି ସେତ..
ବିଲ କୁ ବାହାରେ ଚଷl ଭାଇ ସେତ..
ଲହଙ୍କl ଧାନ ର କେଣ୍ଡା ଦେଖି ସିଏ..
ମନ ରେ ଅଗାଧ ଖୁସି ଭରିଯାଏ ll5ll
ସକାଳୁ ସକାଳୁ ଚଷାଭାଇ ତାର...
କବରl କାସିଆ ବଳଦ ଯଚେଇ..
ବାସି, କାଞ୍ଜି ଯାହା ଘରଣୀ ଦିଏ..
ଖାଇ ତାକୁ ପୁଣି କେତେ ସୁଖ ପାଏ ll6ll
ନିଜ କର୍ମ ରେ ସେ ସବୁ ଭୁଲିଯାଏ...
ସବୁ ଦୁଃଖ ଭୁଲି ଗୀତ ସିଏ ଗାଏ...
ମଥା ନତ ଧାନ କ୍ଷେତ ରେ ଦେଖି ସେ..
ଆନନ୍ଦେ ନିଜ କୁ ହଜେଇ ଦିଏ ସେ ll7ll
କେଡ଼େ ସୁନ୍ଦର ସେ ପଲ୍ଲୀ ର ସକାଳେ...
ସୁରୁଜ କିରଣେ ଦେହ କୁ ପଖାଳେ...
ସୁନ୍ଦର ସେ ଗ୍ରାମ ବଧୂ ର ଓଢଣା..
ସୁନ୍ଦର, ସଂସ୍କାରି ନାରୀ ମଧ୍ଧେ ଗଣା ll8ll
ମାଟି, ଗୋବର ରେ ଅଗଣା ଲିପଇ...
ଲଷ୍ମୀ ମା ଙ୍କର ଆଗମନ ପାଇଁ...
ସୁବର୍ଣ୍ଣ ପରି ସେ ଧାନ ଅମାର...
ଦେଖି ଉତ୍ତଫୁଲିତ ମନ ଟି ତାହାର ll9ll
କଳ କଳ ସେଇ ନିର୍ଝରି ତଟିନୀ...
ଅମାନିଆ ସିଏ ବହିଯାଏ ପୁଣି..
ସରସୀ ଜଳ ରେ କଇଁ ତ ହସିଲା..
ଗଙ୍ଗଶିଉଳି ଯେ ବୃନ୍ତ ରୁ ଝରିଲା..
ସୁନ୍ଦର ସକlଳ ମୁରୁକି ହସିଲା ll10ll
