ଶୀତ ସକାଳ
ଶୀତ ସକାଳ
ଶୀତ ର ସକାଳେ ସଅଳ ସଅଳ
ଜାଗିବାଜେ ଭାରି ଜାଳା ,
ଅଛି ବୋଲି ପରା ପଞ୍ଚୁକ ପରବ
ଉଠିବାକୁ ନିଶ୍ଚେ ହେଲା ।
ହାତ,ଗୋଡ, ମୋଡି ଅଳସ ଭାଂଗି
ଆଖି ମଳି ମଳି ଉଠିଲି ,
ଶେଯ ପାଖେ ଥିବା ପୂରୁବ ଝରକା
ଥିର୍ କି ନା ଖୋଲି ଦେଲି ।
ଓଃ ! କି ଶୀତୁଆ ପବନ ଦଲକେ
ସାଇଁ କି ପଶିଲା ଘରେ ,
କୁହୁଡି ମିଶା ଛିଟା କାକର
ଛିଟିକି ପଡିଲା ମୁହେଁ ।
ଆହାଃ ! କି ବାସ୍ନା ଭାସି ଆସୁଥିଲା
କେଉଁ ଦୂର ଦିଗନ୍ତରୁ ,
ଗଙ୍ଗଶିଉଳିର ମହକ କୁ କିଏ
ଭୁଲି ହୋଇଯାଏ ପାରେ ମନରୁ ।
କିଚିରି ମିଚିରି କଳରବ କରି
ଗୀତ ଗାଉଥିଲେ ବିହଂଗ ,
ଉଡିଯାଉ ଥିଲେ ଝାଡି ଦେଇ ଡେଣା
ଶୁଭ୍ରା ଫର ଫର ବଗ ।
ପାଦ ଥାପି ଥାପି ବାହାର କୁ ଗଲି
ନୀଳ ଆକାଶକୁ ଚାହିଁଲି ,
ନଡିଆ ଗଛର ପତର ଫାଙ୍କରୁ
ଉଦିତ ସୂରୁଜ ଦେଖିଲି ।
ନାଲି ଟହ ଟହ ରଂଗ ତାର ଆହା
ମନ କୁ ନେଲା ମୋ କିଣି ,
ଲାଗିଲା ଯେମିତି ଗଗନ ସାରା ସେ
ଦେଇଛି ମୂରୁଜ ବୁଣି ।