ଶୀତ ଆମର ମିତ
ଶୀତ ଆମର ମିତ
କହିଲା କୁନା ଶୀତମାଉସୀ ରୁହମ ଟିକେ ରୁହ,
କେଉଁଠୁ ଆସ,କେଉଁଠି ଘର କୁହମ ଟିକେ କୁହ |
ତୁମେ ଆସିଲେ କାଲୁଆ ବାଆ କାହିଁକି ଆସେ ଧାଇଁ,
କାକର,ଆଉ କୁହୁଡି ଥଣ୍ଡା କାହିଁକି ଆସ ନେଇ ?
ତୁମକୁ ଦେଖି ସକାଳୁ ମା ଗରମପାଣି କରେ,
ତୁମଡରରେ ସକାଳୁ ଆମେ ଲୁଚୁଛୁ କନ୍ଥା ତଳେ |
ତୁମେତ ଆଣ ଗେଣ୍ଡୁଫୁଲକୁ ହଳଦି ଗୁରୁଗୁରୁ,
ତୁମେ ଆସିଲେ ଫସଲ କଟା ବିଲରେ ହୁଏ ସୁରୁ |
ତୁମେତ ଆଣ କୋବି,ଗାଜର, ମଟରଛୁଇଁ,ମୂଳା,
ବିନ୍ ସହିତ ଶିମ୍ବ,ଟମାଟ ବିଲରୁ ହୁଏ ତୋଳା |
ତୁମେତ ଆଣ କେତେ ସୁନ୍ଦର ଶୀତପୋଷାକତାଜା,
ସାଲ,ସ୍ୱେଟର,ଟୋପି କମ୍ବଳ, ପିନ୍ଧିବାପାଇଁ ମଜା |
ତୁମପାଇଁକି ଧନୀଗରିବ ସବୁରିଘରେ ଅନ୍ନ,
ବୈକୁଣ୍ଠ ଛାଡି ଆସନ୍ତି ଲକ୍ଷ୍ମୀ&
nbsp; ଅମାରହୁଏ ପୂର୍ଣ୍ଣ |
ତୁମେତ ଆଣ କେତେ ପରବ ପ୍ରଥମାଷ୍ଟମୀ,ଧନୁ,
କାଞ୍ଜିଅଁଳା ଓ ମାଣବସାକୁ ଭୁଲିଛି କିଏ ମନୁ |
ତୁମେ ଆଣୁଛ ସବୁଭଲକୁ ଗୋଟିଏ କଥା ଛାଡି,
ହୁଅନ୍ତାଭଲ ଆସନ୍ତଯଦି ଥଣ୍ଡାକୁ ଦେଇ ତଡି |
ଶୀତମାଉସୀ ଶୁଣିଲାସବୁ କୁନାର ଯେତେ କଥା,
କହିଲା ଶେଷେ ଉତ୍ତରତାକୁ ହଲାଇତାର ମଥା |
ଶୁଣରେକୁନା ଉତ୍ତରଦିଗେ ହିମାଳୟେ ମୋ ଘର,
ହେମାଳବାଆ,କୁହୁଡି,ଥଣ୍ଡା ମୋହର ସହଚର |
କହିଲୁଭଲ ପନିପରିବା ଫସଲକଥା ଯେତେ,
ଶୀତପାଇଁକି ଏସବୁସିନା ଆସନ୍ତି ମୋରସାଥେ |
ଶୀତନହେଲେ ଶୀତଦିନିଆ ଫସଲ ହେବନାହିଁ,
ଶୀତନଥିଲେ ଶୀତପୋଷାକ ପିନ୍ଧିବ କିଏ କାହିଁ ?
ବୁଝିଲାକୁନା ହଲାଇମଥା ଗାଇଲା ସିଏ ଗୀତ,
ଶୀତ ସହିତ କଜିଆନୁହେଁ ବସିବା ଆସ ମିତ |