STORYMIRROR

Sanjya Tripathy

Others

4  

Sanjya Tripathy

Others

ଶବ୍ଦ

ଶବ୍ଦ

1 min
467

ଅନୁଭୂତିର ଅଳିନ୍ଦରୁ

ସୃତିର ସରହଦ୍ ତଳୁ

ଗୋଟେ ଖାପଛଡ଼ା ଶବ୍ଦ

ଆସେ ସମନ୍ୟ୍ଦକ ମଣି ପରି

ସେ ଶବ୍ଦରେ ମଗ୍ନ ହେଲେ

ଶବ୍ଦ ବ୍ରହ୍ମ ଦିଅନ୍ତି

ଶବ୍ଦର ଅକ୍ଷୟ ତୁଣୀର

ଯାହାକୁ ପାଥେୟ କରି

କବି ଲେଖିଚାଲେ

ଫର୍ଦ୍ଦ ଫର୍ଦ୍ଦ କବିତା

ଫର୍ଦ୍ଦ ଫର୍ଦ୍ଦ ସାହିତ୍ୟ

ମାଟି ଲଗ୍ନା ସେ ଶବ୍ଦରେ

ବହୁ ବର୍ଷା ପ୍ରୀତିର ଅପୂର୍ବ ଝଙ୍କାର

କଳ୍ପନା ପ୍ରବଣତା ଓ ଭାବ ମାଧୁର୍ଯ୍ୟରେ

ଅଳଙ୍କୃତ ସେ ନିରୁତା ସାହିତ୍ୟ

ହୋଇପାରେ ସେ ଏକ ସରଙ୍ଗ ଶାୟରୀ

ଅବା ପ୍ରୀତିଲଗ୍ନା ପ୍ରେମ କବିତା

କିମ୍ବା ବୁଦ୍ଧିଦୀପ୍ତ - ଭାବଗର୍ଭକ ସମାଲୋଚନା

ଶୀତୁଆ ସକାଳରେ

ଧୂମାୟିତ ଚା’ କପରେ ଚୁମକ୍ ଦେଇ

ମଜି ଯାଇଥିବା ବେଶ୍ ଏକ ମଜାଦାର ଗପ

ଅବୋଲକରା କାହାଣୀଠାରୁ ପ୍ରୀତିପ୍ରଦ

ମନୋରଞ୍ଜକ ସେ ସୃଷ୍ଟି କଳା

ଶବ୍ଦବ୍ରହ୍ମ ପୁଣି ନିନାଦିତ

ଝରି ଆସିବା ପାଇଁ

ଏକ ଶ୍ରାବଣୀ କବିତାରେ

ସେ ଅପରୂପା ସୌନ୍ଦର୍ଯ୍ୟ ବର୍ଷା

କବି - ଶବ୍ଦକୁ ସାଇତି ରଖୁବା ପାଇଁ

ସତତ ଚେଷ୍ଟିତ

ଥରେ ମଗଜରୁ ଗଲେ ଗଲା

ସୁତରାଂ ଯେବେ ଯେଉଁ ଶବ୍ଦ

ଆସୁଛି ଚେତନାକୁ

ତାକୁ ଆସ୍ତରିତ କରି ନିଅ

ସୃତିର ମାୟା ଦର୍ପଣରେ

କ୍ରମଶଃ ଗଜୁରି ଆସୁଥିବା କେଶରେ

ତାକୁ ଯୋଡ଼ିଦିଅ ଏକ ଫୁଲମାଳରେ

ଦର୍ପଣ ଦେଖୁ ଦାଢ଼ୀ କାଟୁ କାଟୁ ବି

ଶବ୍ଦ ମସ୍ତକ ଦିଏ ଦରଜାରେ

ସେ ଶବ୍ଦକୁ ସାଉଁଟି ଆଣି

ବାଣ୍ଟି ଯାଅ ଚିନ୍ତା ଓ ଚେତନାର

ଏକ ମହାକାବ୍ୟରେ

ଚିନ୍ତାର ବନାନୀରେ ନୂତନ କାକଳୀଟିଏ

ଆହ୍ୱାନ ଦେଇ ସାହିତ୍ୟ ଜଗତକୁ

ଜାରି କରି ନିଜର ଉପସ୍ଥିତି

ଆତ୍ମୋପଲବ୍ଧିର ଏହି ବୌଦ୍ଧ ବେଳାରେ

ସମୟ ସ୍ଥିର ହୋଇଯାଉ ରସୋତ୍ତୀର୍ଣ୍ଣ

ଏକ ଅନନ୍ୟ କବିତାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍