ଶବ୍ଦ-ନିହାଣ
ଶବ୍ଦ-ନିହାଣ
ମୋ ଅବଚେତନ ମନର-
ଅସଜଡା ମୁହୂର୍ତ୍ତରେ ବାରମ୍ବାର
ତୁମେ ଉଂକିମାର,
ରତି-ଇଚ୍ଛି ଅବା ଅଳସ ଭଂଗୀରେ,
ମୃଦୁ-ପଦ-ପାତେ
କୋଟି-କୃଷ୍ଣଚୁଡା ରଂଗଭରି ଓଠେ,
ସଦର୍ପେ-ଦୋଳିତ କରି ଉନ୍ନତ ବକ୍ଷୋଜ,
କ୍ଷୀଣ-କଟି, ରଂଭା-ଊରୁ ଦେଶ,
ଇନ୍ଦ୍ରଧନୁ ସୋଭା-ଜିଣି ଭୁରୁ-
ଆକର୍ଣ୍ଣ-ଆମଂଚିତ ଚାପ,
ମୃଦୁ-ମଧୁର ହାସେ-
ଝରିପଡେ ସତେ
କୋଟି-ଜୋଛନାର ଧାରା,
ମୋ ହୃଦୟ-ଆକାଶେ....
ଅନୁଢା-ଅକ୍ଷତା ଅନାବିଷ୍କୃତା
ସୁକୁମାରୀ କବିତା'ଟିଏ ତୁମେ,
ମୋ ଶବ୍ଦର ନିହାଣ ଛୁଇଁ ଯାଏ
ତୁମ କୋମଳ-ଚିବୁକ,
ଚୁମି'ଯାଏ ଅଳତା-ରଞିତ
ତୁମ ଗୋଲାପ-କୋମଳ ପାଦ-ବେନି,....
ମୋ ଶବ୍ଦ-ନିହାଣର ଧାର ଖୋଦି'ବସେ
ତୁମ ଆଭ୍ୟନ୍ତରୀଣ ଦେହର
ଅଂକା-ବଂକା ରେଖା'ଚିତ୍ର ମନୋଜ୍ଞ-ମଞୁଳ,
ଉଖାରି ଆଣେ-
ହୃଦୟରୁ ଆସି ଓଠ'ଧାରେ ମିଳାଇ'ଯାଉଥିବା-
ଅପରିଷ୍ଫୁଟ ଅବ୍ୟକ୍ତ ଭାଷାକୁ
ଶବ୍ଦରେ-ଶବ୍ଦରେ
ଅଂଗ-ବଲ୍ଲରୀର ରେଖାରେ ରେଖାରେ...
ସତେ'କି ତୁମେ ମନ-ଅଗଣାରେ
ସୁନା'ଝରା ଚନ୍ଦ୍ରାତପ ତଳେ
ମୋ ଅନୁଢା-
ଅବଗୁଣ୍ଠନା'ବତୀ ନବ-ବଧୂ'ଟିଏ ତୁମେ,
ଆସନ୍ନ-ଆଗତା ରତି'ଲଗ୍ନା ରାତି
ମିଳନେ ଶଂକା'କୁଳା
ରତି-ଅନଭିଜ୍ଞା ତୁମେ,
ବିନ୍ଦୁ-ବିନ୍ଦୁ ସୋହାଗ'ର ଶ୍ୱେଦ ମତି-ସମ,
ନାସାଗ୍ରେ ଝଟକେ,....
ଆସ ପ୍ରୀୟେ ନ'କରିଣ ଭୀତି,
ଭରି'ଦେବି ଅଞୁଳିରେ ତୁମ
ଚୁନା-ଚୁନା କୋଟି ତାରା-ଫୁଲ,.
ଅଂଗେ-ଅଂଗେ ଫୁଟାଇବି-
ଶତ-କଦମ୍ବର ରାସ...
ରଜନୀ-ଗନ୍ଧା'ର ମତୁଆଲା ସୁଗନ୍ଧ'କୁ
ଭରି'ଦେବି ତୁମ କେଶ-ଗୁଚ୍ଛର
ଗହନ ବନାନୀ'ରେ,..
ଜାଳି'ଦେବି ସହସ୍ର-ମଶାଲ-
ପ୍ରତି ଲୋମ କୂପେ-କୂପେ ତୁମ,
ଉଜ୍ଜ୍ୱଳି ଉଠିବ ଦିଗ୍-ବିଦିଗ୍
ମୋ ପ୍ରେମ'ର ଉଜ୍ଜ୍ବଳ ଆଭାରେ,
ଉଦ୍ଭାସିତ ହେବ ନବ-ଦିଗନ୍ତ'ରେ
ମଧୁ'ଭରା ଜହ୍ନ-ରାତି,
ଆସ ପ୍ରୀୟା-ଆସ ସାଥୀ....##
