STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଶବଦ ଭେଳିକି-୨

ଶବଦ ଭେଳିକି-୨

1 min
156

ସାଇଁସାଇଁ ବହେ ପୃଥିରେ ସମୀର

ଘିରିଘିରି ବୁଲେ ପଙ୍ଖା

ଛଳଛଳ ବହେ ଲୋତକର ଧାର

ଝୁମୁରୁଝୁମୁରୁ ଶଙ୍ଖା।

ଘିଡିଘିଡି ହୋଇ ନନ୍ଦିଘୋଷ ଗଡ଼େ

ଚକଚକ ଭକ୍ତ ମୁଖ

ଛୁକ୍ ଛୁକ୍ ହୋଇ ରେଳଗାଡ଼ି ଚଳେ

ମାଆ କୋଳେ ମିଳେ ସୁଖ।

ଢଳଢଳ ଜଳ ସାରୁ ପତରରେ

ଧବଧବ ଧୋତି ରଙ୍ଗ

ଫଡଫଡ ଉଡ଼େ ପକ୍ଷୀ ଗଗନରେ

ନିତି କର ସାଧୁ ସଙ୍ଗ।

ମିଞ୍ଜି ମିଞ୍ଜି ଦିଶେ ତାରକା ଆଲୋକ

ମେଳାମେଳା ଦିଶେ ରାଶି

ଭଣଭଣ ଶୁଭେ ମାଛିଙ୍କ ଗହଳି

ନ ଖାଇବା କେବେ ବାସି।

ଝମଝମ ଶୁଭେ ଝାଞ୍ଜର ଶବଦ

ଖଡଖଡ କରେ ମୂଷା

ଖିଇଁ ଖିଇଁ ହୋଇ ମାଙ୍କଡ ଡରାଏ

ଭୁଲିଯିବା ରାଗରୁଷା।

ମହମହ ବାସେ ସୁମନ ଫୁଟିଲେ

ଭଡଭଡ ହୁଏ ଭାଟ

ଫୁରୁଫୁରୁ ଉଡେ ନୁଖୁରା କେଶଟି

ପଢି ହେବା ଭଲ ଚାଟ।

ଗୋଲଗୋଲ ମାଆ ମଥାର ସିନ୍ଦୂର

ଖନଖନ ଶିଶୁ କଥା

କେରାକେରା ହୋଇ ଧାନ ବନ୍ଧାଯାଏ

ଗୁରୁ ପାଦେ ନଉଁ ମଥା।


Rate this content
Log in