ସାଇକେଲ PROMPT 11
ସାଇକେଲ PROMPT 11
1 min
22.6K
ସାଇକେଲ
କିଏ କହେ ଶୂନ ଗାଡି
ଲାଗେନା ପେଟ୍ରୋଲ
ଦି ଚକର ପବନ
ଜଙ୍ଘ ଆଉ ମନ ବଳ ଏକ ହେଲେ
ଧରା ଲାଗେ ସରଗ ସମ
ପେଡାଲରେ ପାବ ବେବା ମାତ୍ରେ
ବଢି ଯାଏ ବେଗ ।
ଆଗଚକ ମନ ପଛଟା ଶରୀର
କେହି ନୁହେଁ କାହାର
ତଥାପି ଏକାଠି ଚାଲିବା ତାଙ୍କ ଧର୍ମ
କର୍ମେ ଆଣେ ପୂର୍ଣ୍ଣତା ଦୁହିଁଙ୍କର ଶରମ ।
ଉଡିଵାକୁ ଇଚ୍ଛାକରେ ପକ୍ଷୀ ଭଳି
କିନ୍ତୁ ସେ ପାରେନା
ତଥାପି ଅତୀବ ଖୁସି
କାରଣ ସେ ପ୍ରକୃତିର ବନ୍ଧୁ
ଵଳ ଦିଏ ତନୁମନେ
ଵ୍ୟାୟାମ ସାଧନ ରୂପରେ
ଵାର୍ତାଦିଏ ପରିଵେଶ ସୁରକ୍ଷାର
ଜୟ କରି
ଧୂଳି ଧୂଆଁ ଶଵଦ ଉପର ।
