ସ୍ଵାଭିମାନ
ସ୍ଵାଭିମାନ
ମାନ ଅଭିମାନ କେତେ ସ୍ୱାଭିମାନ
ପ୍ରତୀତ ହୁଅଇ ନିତି
ପ୍ରିୟପରିଜନ ବୁଝିଥାନ୍ତି ଜାଣ
ସରାଗେ କରନ୍ତି ପ୍ରୀତି ।
ମନ ହୃଦରେ ବସା ବାନ୍ଧିଥାଏ
ସ୍ୱାଭିମାନ ରୂପ କାନ୍ତି
କିଏଵା ବୁଝିବ କାହିଁ ଏତେ କ୍ଷୋଭ
ମିଳିବକି ଏଥୁ ମୁକ୍ତି ?
ଅଟଳ ବିଶ୍ଵାସ ସ୍ୱାଭିମାନେ ହସ
ନିଆରା ଏ'ଭାବ ଭଙ୍ଗୀ
ନିଃସଙ୍ଗ ସ୍ଥିତିରେ ରୁହେବି ଜିଦିରେ
କେଵେ ଖୋଜେ ନାହିଁ ସଙ୍ଗୀ ।
କଵି ସ୍ଵାଭିମାନୀ ଭାରି ଅଭିମାନୀ
ନିଆରା ଜୀବନ ଶୈଳୀ
କରେନା ଆପତ୍ତି କେବେ ମଥାପାତି
ହୋଇଯାଉ ପଛେ ଶୂଳି ।
କଵି ଆଙ୍କେ ଛବି ଦୁଃଖସୁଖ ଦେଖି
ସ୍ୱାଭିମାନେ ଧରି ତୂଳୀ
କଵିଚିତ୍ତ ଶୁଦ୍ଧ ନୁହେଁ ପ୍ରଭାବିତ
କରେନାହିଁ ସେ'ଯେ କେଳି ।
ଭଙ୍ଗାକୁଡିଆରେ ସ୍ଵାଭିମାନେ ବଞ୍ଚେ
ସପନ ରାଇଜେ ହଜି
କରେ ନାହିଁ ଲୋଭ ଧନକି ସମ୍ପଦ
ଦିଏପରା ଆଖିବୁଜି ।
ମାନସମ୍ମାନରେ ରଖେନାହିଁ ମନ
ଆଶାକରେ ନାହିଁକିଛି
ପାଠକର ପ୍ରୀତି ତା'ର ସବୁକିଛି
ସ୍ୱାଭିମାନେ ଲେଖେ ବାଛି ।
ସ୍ୱାଭିମାନ କଥା କହୁଛି ସହସା
ମନପ୍ରାଣ ଆଭୁଷଣ
ସ୍ଵାଭିମାନେ ବଞ୍ଚି ଆତ୍ମାକର ଶୁଦ୍ଧି
ସୁଝିଯିବ ସବୁଋଣ ।
ସଂସାରୀ ମଣିଷ ନାହିଁକି ବିଶ୍ୱାସ
ସ୍ୱାଭିମାନ ମାତ୍ରା ହିନ
ବଞ୍ଚିବାକୁ ହେଲେ ସପନସେ ' ଦେଖେ
ସ୍ୱାଭିମାନ ପ୍ରହସନ ।
