ରଥଯାତ୍ରା
ରଥଯାତ୍ରା
ଜଗତର ନାଥ-
ଜଗନ୍ନାଥ ନାମ ବହିଛୁ
ତୁ ଯେ କାଳିଆ ଠାକୁର
ଦରଶନ ଲାଗି ପ୍ରାଣ ମୋ ହୁଏ ବିକଳ
ଥାଇ ପ୍ରବାସେ ଦୂର ।
ଛେନା ପୋଡପିଠା ଲୋଭରେ
ଯାଉ ମାଉସୀ ଘର
ଭାଇ ଭଉଣୀ ଙ୍କୁ ସାଥିରେ
ଧରି ଗମନ ତୋର।
ବରଷକେ ଥରେ ଯାଉତୁ
ତୋର ଦିବ୍ୟପ୍ରକାଶ
ଶୁକ୍ଳଦ୍ୱିତୀୟା ଦିବସେ
ସେ ଯେ ଆଷାଢ ମାସେ ।
ବଳରାମ ଭାଇ
ସୁନାମୁଖୀ ସାଥିରେ
ତାଳଧ୍ୱଜ ଦର୍ପଦଳନ
ନନ୍ଦିଘୋଷ ରଥରେ।
ତୋ ରଥଯାତ୍ରାରେ ସଭିଏଁ
ଥାନ୍ତି ମତ୍ତ ଆନନ୍ଦେ
ଲକ୍ଷ ଲକ୍ଷ ଭକ୍ତ ବିହ୍ୱଳ
ତୋର ଯାତ ଦର୍ଶନେ।
ସାରା ଜଗତରେ ପାଳନ୍ତି
ରଥଯାତରା ତୋର
ହେଲେ ନେତ୍ର ଖୋଜୁଥାଇରେ
ପୁରୀ ବଡଦାଣ୍ଡ ତୋହର।
ସତେ କି ଭାଗ୍ୟ ମୋ ହୁଅନ୍ତା
ଉଡିଯାଆନ୍ତି କ୍ଷଣେ
ବଡଦାଣ୍ଡେ ଲୋଟି ଦେଖନ୍ତି
ତତେରେ କାଳିଆ-
ନନ୍ଦିଘୋଷରେ ଥରେ।
