STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

ରଙ୍ଗହୀନ ଫଗୁଣ

ରଙ୍ଗହୀନ ଫଗୁଣ

1 min
13.6K


କ୍ଳାନ୍ତ ମୋ ଡେଣା ଦୁଇ

ପାରୁନି ତୋତେ ଛୁଇଁ

ତୁମେ ବି ତ ଯାଅ ଦୂରେ

ବିଦାୟର ଗୀତା ଗାଇ

ଦେଖିଥିଲି ସ୍ଵପ୍ନ ଯାହା

ଆଜି ସବୁ ଅକାରଣ

ତୁମ ବିନୁ ଏ ଫଗୁଣ

ଲାଗେ ଅବା ରଙ୍ଗ ହୀନ

କିଛି ସ୍ଵପ୍ନ ଅଧ ରହି

ରାତି ବି ତ ଗଲା ପାହି

ଦେଖି ଯାଅ ଆସି ଥରେ

ଲୁହ ଝରେ ନଇ ହୋଇ

ଜୀବନର ଚଲା ପଥେ

ଆଙ୍କିଥିଲି ଚିତ୍ର କେତେ

ଦେଖିବାକୁ ହସ ଟିକେ

ତୁମ ଅଧରର ତଟେ

ଏକା କରି ଗଲ ତୁମେ

ନିଦାଘକୁ ଛାଡିଦେଇ

ନାଁ ମୁଁ ପାରୁଛି ସହି

ନାଁ ମୁଁ ପାରୁଛି କହି ।


Rate this content
Log in