STORYMIRROR

jyotsna mayee panda

Others

3  

jyotsna mayee panda

Others

ରଙ୍ଗ ଖେଳ...

ରଙ୍ଗ ଖେଳ...

1 min
187

ରଙ୍ଗ ପିଚିକାରୀ ହାତରେ ସେ ଧରି...

ରାଧେ କୁ ଦେଲେ ରଙ୍ଗେଈ..

ପ୍ରେମ ର ରଙ୍ଗ ରେ ତ ଭିଜିଲେ ସେ ରାଇ..

ଗୋପାଙ୍ଗନା ମେଳେ ଥାଇ ll

ନାଲି, ନେଲି, ଆଉ ହଳଦୀ ରଙ୍ଗ ର

ଅବିର ଦେଲେ ଲଗାଇ.....

ଗୌର ବର୍ଣ୍ଣ ତାଙ୍କ ଝଟକି ଉଠିଲା...

କୃଷ୍ଣ ପ୍ରୀତି ରଙ୍ଗ ପାଇ.....

ଲଳିତା, ବିଶାଖା, ଚିତ୍ରଇନ୍ଦୁଲେଖା....

ସାଙ୍ଗରେ ବରଜେ ରାଇ....

କାହ୍ନୁ ପ୍ରେମର ସେ ଅବିର ମାଖିଣ

ରାଇ ପ୍ରେମେ ହେଲେ ବାଇ....

କେଡେ ସୁନ୍ଦର ସେ କୃଷ୍ଣ ନବଘନ

କାଳିଆ ସୁନା ସେ ପରା....

ଗୋପ ଗୋପାଙ୍ଗନା ଦେଖି ତାଙ୍କ କାନ୍ତି

କରନ୍ତି ଟାହି ତପରା.... Ii

କୁହନ୍ତି ହେ ରାଧେ କୃଷ୍ଣ ଶ୍ୟାମ ଘନ...

ତୁମେ ତୋଫା ଜହ୍ନ ରାତି.....

କେମିତି ସେ ପ୍ରେମେ ନିଜକୁ ରଙ୍ଗେଈ

କୃଷ୍ଣଙ୍କୁ କଲ ଗୋ ପ୍ରୀତି ll

ତୁମେ ସୁନୟନl ବୃଷଭାନୁ କନ୍ୟା

ଅପୂର୍ବ ତୁମର ଜ୍ୟୋତି.....

କଳା କୃଷ୍ଣଙ୍କର ତୋଫା ପ୍ରେମରେ ତ

ଦେଲ ନିଜକୁ ସମର୍ପି....ଗୋ ll

ହଜିଗଲା ତୁମ ମତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍