STORYMIRROR

jyotsna mayee panda

Others

3  

jyotsna mayee panda

Others

ରକ୍ତ ଗୋଲାପ

ରକ୍ତ ଗୋଲାପ

1 min
168

ଆଦ୍ୟ ପଉଷର ନିହାର ବିନ୍ଦୁରେ ..

ଅବା ବିଚ୍ଛୁରିତ ଜୋଛନା ତରଙ୍ଗେ ...

ଥରିଉଠେ ଆଜି ଶୀତଳ ମଳୟେ ..

ଦେହ ଶୀହରଇ ତାର ମଧୁର ତରଙ୍ଗେ ll

କଣ୍ଟକିତ ବୃନ୍ତେ ଆଜି ନିର୍ମମ ବେଦନା ...

ରକ୍ତ ଗୋଲାପ ଯେ ମୁହିଁ ଆଜି ଆନମନା ...

କେବେ ସାଜେ ମୁହେଁ କୋଉ ବଧୂର ଗଭାରେ ..

ପୁଣି କେବେ ଶୋଭା ମୋର ପ୍ରେମିକା ହାତରେ ..

କେବେ ଲୋଟିଯାଏ କୋଉ ମର ଶରୀରରେ ..ll

ଆଜି ମୁଁ ଦେଖୁଛି ମୋ ଜୀବନର ଅନ୍ତିମ ପର୍ଯlୟ ..

ଅର୍ଥ ହୀନ ଜୀବନର ଅସମାପ୍ତ ଅଧ୍ୟାୟ ...

କୋଉ କବି ଲେଖିଦିଏ ସୁନ୍ଦର କବିତା .....

କେହି ଜlଣେ ନାହିଁ ଏଇ ଜୀବନର ବ୍ୟଥା ...

ମୁଁ ଯେ ସେଇ ଅଭାଗିନୀ ଚିର ଅଭିଶପ୍ତl....ll

କଣ୍ଟକିତ ବୃନ୍ତ ମୋର ବେଦନା ଶିକ୍ତ ଶରୀର ..

କାହିଁକି ବିଧାତା ଦେଲା କୋମଳ ହୃଦୟ ....

ରକ୍ତ ଗୋଲାପ ଯେ ମୁଁ ସଦ୍ୟ ପ୍ରସ୍ଫୁଟିତ ....

ଆନମନା ଆଜି ମୁହିଁ ଦୁଃଖେ ଜର୍ଜରିତ ..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍