ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
॥ ରକ୍ଷା ବନ୍ଧନ ॥
କୁରୁ ସଭା ସ୍ଥଳେ ଦ୍ରୌପଦୀ ବିକଳେ
ଡାକନ୍ତି ହରି ହେ ରଖ ମୋ ମାନ
ପଞ୍ଚ ବୀର ପତି ଥାଉଥାଉ ମୁହିଁ
ଭଗୁଛି ଏକେଉଁ ଅପମାନ ॥
କରୁଣ ବିଳାପ ଶୁଣିବାକୁ ତାଙ୍କ
ନଥିଲା ଧୈର୍ଯ୍ୟ କି ନଥିଲା ବଳ
ପଶାଖେଳେ ନିଜ ପତ୍ନୀ ଙ୍କୁ ହରାଇ
ପାଞ୍ଚ ପାଣ୍ଡବ ଆଜି ନିରୁତ୍ତର ॥
ଗୋଟିଏ ହସ୍ତ କୁ ଟେକି ହରି ନାମେ
ଆର ହସ୍ତେ ଧରେ ବସ୍ତ୍ର ନିଜର
ବିକଳ ଦ୍ରୌପଦୀ ବସ୍ତ୍ର କୁ ହରାଏ
ଦୁଃଶାସନ ଭିଡେ ବସ୍ତ୍ର ତାହାର ॥
ନପାଇ ଆଉ କେ ସାହା କି ଭରସା
କୁରୁ ସଭା ଥିଲା ଯେ ନିରୁତ୍ତର
ଶେଷ ରେ ଦ୍ରୌପଦୀ ଦୁଇ ହାତ ଟେକି
ହରି ରକ୍ଷ ବୋଲି କଲେ ଚିତ୍କାର ॥
ଯେ କ୍ଷଣି ଟେକିଲେ ଦୁଇ ହାତ ନିଜ
ଖୋଲିଲା ବସ୍ତ୍ର ନଥିଲା ନଜର
ଲୋକ ଲଜ୍ଜା ଆଉ ମନରେ ନଥିଲା
କହିଲେ ସଖା ରଖ ମାନ ମୋର ॥
ବୁଜିଗଲା ଆଖି ସଖା ଆଗେ ଦେଖି
କହିଲେ ଜୀବନ ଧନ୍ୟ ହୋଇଲା
ଗୋଟି ବସ୍ତ୍ର କେବେ କୋଟି ବସ୍ତ୍ର ହେଲା
ଦୁଃଶାସନ ଥକି ତଳେ ଲୋଟିଲା ॥
ଏକି ଘଟିଗଲା ଆଶ୍ଚର୍ଯ୍ୟ ଘଟଣା
କୁରୁ ସଭା ସ୍ଥଳେ ସବୁ ଚକିତ
କିଏ ଦେଲା ଆଉ କେଉଁଠୁ ଆସିଲା
କୋଟି ବସ୍ତ୍ର ଘଟଣା ଏ ଅଦ୍ଭୁତ ॥
ଯୋଗବଳେ ପ୍ରଭୂ ଜଣାଇ ଦେଲେ ହେ
କୃଷ୍ଣା ତୁମ ଋଣ ସୁଝି ମୁଁ ଦେଲି
ନିଜ ବସ୍ତ୍ର ଚିରି କରିଥିଲ ଋଣି
ଶିଶୁପାଳ କୁ ଯେବେ ବଧ କଲି ॥
ଭଗ୍ନୀ ତୁମେ ମୋର ସେଦିନ ସାଜିଲ
ଭ୍ରାତା ହୋଇ ରକ୍ଷା କରିଛି ତୁମ
ବିପଦ ଜୀବନେ ଆସିଯିବ ଯଦି
ଧରିବ ମୁଖେ ତୁମେ ମୋର ନାମ ॥
ଭାଇ ଭଉଣୀ ର ଅପୂର୍ବ ସମ୍ପର୍କ
ଶିଖାଇ ଦେଲା ସେ ନନ୍ଦ କୁମର
ଭଗ୍ନୀ ପାଇଁ ଭ୍ରାତା ଭ୍ରାତା ପାଇଁ ଭଗ୍ନୀ
ପବିତ୍ର ସମ୍ପର୍କ ଏ ବିଧାତା ର ॥
ଆଜିବି ସ୍ମୃତି ସେ ମନେପଡିଯାଏ
ଯେବେ ଆସିଯାଏ ରକ୍ଷା ବନ୍ଧନ
ଭାଇ ହାତେ ରାକ୍ଷୀ ଭଉଣୀ ଟେ ବାନ୍ଧି
କହେ ବାନ୍ଧିଲି ରଖିବ ମୋ ମାନ ॥
<<ଜ୍ୟୋତିରଞନ ସାହୁ>>
୮୮୯୫୧୫୬୩୫୫