STORYMIRROR

Prasanta kumar Hota

Others Romance

3  

Prasanta kumar Hota

Others Romance

ରାଗ

ରାଗ

1 min
7.6K


ରାଗରୁ ଯେ କ୍ରୋଧ କ୍ରୋଧରୁ ଯେ ମୋହ

ମୋହ ନିଏ ସବୁ କିଛି

ତଥାପି ଏ କ୍ରୋଧ ହୁଏ ମିତ୍ର ବୋଧ

ଅନ୍ତ ହେଲେ ମନବାଞ୍ଛା ।

ସବୁ ରାଗ ନୁହେଁ ବଇରୀ ପରାଏ

ନୁହେଁ ସେ ଅଦିନ ଅରି

ସେ ରାଗ ସାରଣୀ ସାଜଇ ବିପଣୀ

ବୁଦ୍ଧି ଥିଲେ ଜାଣିପାରି।

ବୁଦ୍ଧି ଥିଲେ ରାଗ ବଢେନାହିଁ ବେଗ

ବୁଝିପାରେ ମିଛ ସତ

ସେ ରାଗରୁ ଯେବେ ସଂକଳ୍ପ ଆସଇ

ଗଢି ନିଏ ଭବିଷ୍ୟତ।

ଶିକ୍ଷାଦାନେ କ୍ରୋଧ ଛାତ୍ରରେ ପ୍ରବୋଧ

ଅନୁଶାସନ ରେ ଥିଲେ

ସନ୍ତାନ ର କ୍ରୋଧ ନୁହେଁ ଅବରୋଧ

ପିତାମାତା ଯତ୍ନ ଦେଲେ।

ରାଗିଲେ ମଙ୍ଗଳ ନରାଗିଲେ କାଳ

ବଇଚିତ୍ର ସମାଜର

ପରିସ୍ଥିତି ପୁଣି ପୁରସ୍କାର ଦିଏ

ରାଗ ହେଲେ ହିତକର

ସରାଗରେ ରାଗ ଦିଏ ପ୍ରୀତି ବେଗ

କେତେ ହୃଦୟକୁ ଯୋଡେ

ସପ୍ରେମ ରାଗରେ ଅଭିମାନ ପଡେ

ସମ୍ପର୍କ ର ସୁତା ବଢେ

ସବିଷୟ ବୁଝି କରୁଥିଲେ ରାଗ

ହୁଏ ନାହିଁ କେବେ ଶେଷ

ରାଗର ମହତ୍ତ୍ୱ ଫୁଟାଏ ବ୍ୟକ୍ତିତ୍ୱ

ରାଗ ନୁହେଁ ସର୍ବନାଶ।


ପ୍ରଶାନ୍ତ କୁମାର ହୋତା


Rate this content
Log in