STORYMIRROR

Alaka Dash

Others

3  

Alaka Dash

Others

ପୂଜା

ପୂଜା

1 min
226


ଯେଉଁଠି ଆକାଶ ଛୁଇଁ ଯାଏ ମାଟିକୁ, 

ଲହରୀ ଛୁଇଁ ଯାଏ ବେଳାଭୂମିକୁ, 

କାକଳି ଛୁଇଁ ଯାଏ 

ଶୁଭ୍ର ଦୀପ୍ତ ପ୍ରଭାତ 

ଗୋଧୂଳି ଛୁଇଁ ଯାଏ 

ଶାନ୍ତ ନିରବ ଧରା 

ଏ ମନେ ଉତ୍କଣ୍ଠାର ଦୀପ ଜାଳି 

ଚାହିଁ ରହେ, 

ବିଭୋର ବିମୁଗ୍ଧ ହୋଇ ଲାଖି ଯାଏ, 

ସର୍ଜନାର ତାଳେ ତାଳେ ମୁଣ୍ଡ ମୋର 

ଆପଣା ଛାଏଁ ନଇଁ ଯାଏ 

ଛୁଇଁବାକୁ ପଦ ତଵ, 

ହେ !!!!ଅପୂର୍ବ ବିନ୍ଧାଣୀ, 

କଳା କୌଶଳ ଧାରୀ 

କାହିଁ ତଵ ଅପରୂପ 

ନୈଶ୍ୟର ସାକାର, ସ୍ୱରୂପ 

ନିରାକାର ରୂପେ କେବେ 

ହେଉଛ ପୂଜିତ, 

କୃଷ୍ଣ ବୋଲି ଡାକେ କେହି, 

ରାମ ବୋଲି ପୁଜେ 

କିଏ ଯୀଶୁ ପୁଣି 

କିଏ ଆଲ୍ଲା କହେ, 

ସବୁତ ଏକଇ ଈଶ୍ୱର, 

ତୁମେ ସତ୍ୟ ଶାନ୍ତି ର ଜ୍ୟୋତିଧାର 

ଅନନ୍ତ କାଳୁ ବନ୍ଦିତ ସଚରାଚର 

କେହି ନାମ ଭଜେ ନିରନ୍ତର, 

କେହି ଧ୍ୟାନରେ ହୁଏ ସମାଧିସ୍ଥ, 

କେହି ଉନ୍ମତ୍ତ ହୋଇ 

ଉଦଣ୍ଡ ନୃତ୍ୟ କରେ, 

କିଏ ଗଡ଼ାଏ ମାଳି 

କିଏ ପୂଜେ ଫୁଲ ଚନ୍ଦନରେ 

କିଏ କହେ ତୁମେ ରହିଛ 

ମଥୁରା ବୃନ୍ଦାବନ ରେ, 

କିଏ ଦର୍ଶନ କରେ 

ଜଗନ୍ନାଥ ଧାମେ, 

ତୁମ ପାଇଁ କିଏ ଯୋଗୀ 

ସନ୍ନ୍ୟାସୀ ଅବା ଗୃହ ତ୍ୟାଗୀ, 

କିଏ ପ୍ରଚାରେ ବାଣୀ ତଵ, 

ମାଗେ ନିତି କୃପା କଣି, 

ଅଶ୍ରୁଜଳେ ପଦ କିଏ 

କରେ ପ୍ରକ୍ଷାଳନ 

କାନ୍ଦି କାନ୍ଦି ଜଣାଏ 

ମନର ବେଦନା, 

କେ ଅବା ବନ୍ଧୁ, ସଖା, ପୁତ୍ର 

ଭାବେ କରେ ସମ୍ଭାଷଣ 

କାଠ, ପାଷାଣରେ କେହି 

ଥାପିଣ ମୂରତି, ଅଜାଡ଼ି ଦିଏ ନୈବେଦ୍ୟ, 

କେ ଅବା ପ୍ରିତୀ ପାରାବାରେ 

ଭସାଇ ନିଜକୁ ସମର୍ପି ଦିଏ 

ରାଧାରାଣୀ ସାଜି, 

ତୁମ ପ୍ରେମର ଜଳଧିରେ 

ଜଳାଇ ଜୀବନ ପ୍ରଦୀପ 

ମାଗେ କୃପା କଣି 

ପୁଜି ବାକୁ ଛନ୍ଦା 

ପୟରରେ ତଵ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍