STORYMIRROR

Bidyadhar Mantry

Others Children

4  

Bidyadhar Mantry

Others Children

ପୁରାଣ ପାଠ ନ ହେଉ ପୁରୁଣା

ପୁରାଣ ପାଠ ନ ହେଉ ପୁରୁଣା

2 mins
29


ପିଲାଏ ଓଭର୍ ସ୍ମାର୍ଟ୍, ନାଁ କୁ ମାତ୍ର!

ଚଳନ୍ତି ଘଟଣା ପ୍ରତି ଆସକ୍ତ

ଅଥଚ,ପୁରାଣ ପୋଥି ପ୍ରତି ଉଦାସୀନ

ଅଭିଭାବକ ଓ ପିତାମାତାଙ୍କ ପ୍ରେରଣା ସତ୍ତ୍ଵେ

ପୁରାଣ ପଢା ଓ କଥା ପିଲାଙ୍କ ପାଇଁ ପୁରୁଣା

ଭକ୍ତି ନାହିଁ କି ଭୟ ନାହିଁ,ସତେ ଅବା ପୁରୁଣା ଗପ! ।


ଘରର ପରିବେଶ ଓ ସଂସ୍କାର ବି ଦାୟୀ

ପୁରାଣ ବିଷୟରେ ଆଲୋଚନା,ପଠନ, ଶ୍ରବଣ

ନିହାତି କାମ୍ୟ, ଯାହାର ପ୍ରଭାବ ରହିବ

ପିଲା ବି ଜାଣିବ ଓ ଅଧିକ ପାଇଁ ଜିଜ୍ଞାସା

ପରିବାର ହିଁ ପିଲାର ପ୍ରଥମ ଶିକ୍ଷାଳୟ

ଶିଖିବାର ପ୍ରେରଣା ଉତ୍ସ ହିଁ ବାପା ମା ।


କାର୍ଟୁନ୍ ଦେଖି ପିଲାଏ ଖୁସି

ପୌରାଣିକ କଥା ବି କାର୍ଟୁନ୍ ହୋଇଛି

କିନ୍ତୁ,ପିଲାଙ୍କ ଟାଇମ୍ ପାସ୍ 

କୌତୁକିଆ ଢ଼ଙ୍ଗ ରେ ପୁରାଣ କଥା

ତଥାପି ପୁରୁଣା କୌତୁକ

କାହାଣୀରେ ନୂଆ ନୂଆ ମୋଡ଼ ନାହିଁ

ପିଲାଙ୍କ ମୁଡ୍ ଖରାପ ।


ଧର୍ମ ଗ୍ରନ୍ଥ ବି ଘରେ ରହିବା କଥା

ପ୍ରାୟ ଘରେ ରଖା ଯାଇଛି ,ନାମକୁ ମାତ୍ର

ଭାଗବତ ବି ପଢା ହେଉଛି, ଦେଖାଣୀଆ ଭାବ

ପୂଜା ପାଠ ମନ୍ଦିର ଯିବା ହେଉଛି

ପିଲାଏ ସବୁ ଦେଖୁଛନ୍ତି

ତଥାପି ପିଲାଙ୍କ ମନକୁ ଛୁଇଁ ପାରୁନି ।


ପୁରାଣ କଥା ବି ପାଠ୍ୟ ଖସଡ଼ା ରେ

ତଥାପି ପିଲାଙ୍କ ରୁଚି ନାହିଁ

ପୁରାଣ କୁ ପୁରୁଣା ଗପର ଆଖ୍ୟା

ପୁରାଣରେ ଥିବା ଚରିତ୍ରମାନେ ବି ଅଡୁଆ

ଭଲରେ ଉଚ୍ଚାରଣ ବି ହେଉନି

ଅଧିକ ଜାଣିବାର ଆଗ୍ରହ ବି ନାହିଁ ।


ଧର୍ମଗ୍ରନ୍ଥ ର ମାନ୍ୟତା ଥିବା ପୁସ୍ତକ

ରାମାୟଣ,ମହାଭାରତ ଓ ଗୀତା

ଏବେ ଇଣ୍ଟରନେଟ୍ ରେ ବି ଉପଲବ୍ଧ 

ତଥାପି ପିଲାଙ୍କ ଆଗ୍ରହ ନାହିଁ

କାରଣ ବି ସ୍ପଷ୍ଟ ଅନୁମେୟ

ଏ ବହୁତ ପୁରୁଣା କଥା, ନ ପଡ଼ିଲେ କ୍ଷତି ନାହିଁ

ଅବାନ୍ତର ପ୍ରଶ୍ନର ଅର୍ଥ ହିନ ଉତ୍ତର ।


ସବୁ ପୁରୁଣା ଜିନିଷର ମହତ୍ତ୍ଵ ଅଛି

ସୂର୍ଯ୍ୟ,ଚନ୍ଦ୍ର ଓ ପୃଥିବୀ ପୁରୁଣା

ସେଇ ପୁରୁଣା ଭିତରେ ବନ୍ଧା ଏ ଜୀବନ

ବାପା ମା ବି ପୁରୁଣା,ତଥାପି ନମସ୍ୟ

ମନ୍ଦିର ଓ ଦିଅଁ,ପୂଜା ରୀତି ନୀତି 

ସବୁ ପୁରୁଣା କାଳରୁ , ପୁରୁଣା ପୁରୁଣା

ପୁରାଣର ମନ୍ତ୍ର ଶ୍ଲୋକ ଏବେ ବି ଆଦୃତ

ତେବେ,ପୁରାଣ କେମିତି ପୁରୁଣା ।


ପିଲାଙ୍କ ମାନସିକତାରେ ପରିବର୍ତ୍ତନ ହେଉ

ମୋବାଇଲ୍ ରେ ବି ପୁରାଣ ଖୋଜାଯାଉ

ଗୁଗୁଲ୍ ସର୍ଚ୍ଚ ରେ ଖୋଜାଯାଉ ପୁରାଣ ଚରିତ୍ର

ପୁରୁଣା ପରମ୍ପରା ରହୁ ଉଜ୍ଜୀବିତ

ପୁରାଣ ପଢନ୍ତୁ ଆଜିର ପିଲାଏ

ପୁରାଣର ପରମ୍ପରା ରହୁ ପ୍ରତି ଘରେ

ଆଦର୍ଶ ଓ ନୀତି ଶିକ୍ଷା ଗ୍ରହଣ ସହିତ

ବିକଶିତ ହେବ ପିଲାଙ୍କ ଉତ୍ତମ ଚରିତ୍ର

ପୁରାଣ ପାଠ ନ ହେଉ ପୁରୁଣା ।।


Rate this content
Log in