STORYMIRROR

Satyabati Swain

Others

0  

Satyabati Swain

Others

ପତ୍ନୀଟି ମୋ ତେଇଶି ବର୍ଷର

ପତ୍ନୀଟି ମୋ ତେଇଶି ବର୍ଷର

1 min
233


ପଣ କଲି

ରଣ କଲି

ରକ୍ତ ଦେଲି ନିଗାଡ଼ି,

ସ୍ବପ୍ନ ଆହୁତି ଦେଇ

ଖୁସି ଦେଲି ଫୋପାଡ଼ି,

ଜୀବନ ଦେଲି ଅଜାଡି

କେବଳ ତୁମରି ପାଇଁ

କୋକେଇ ମୋ ଦେଲି ସଜାଡି।।


ତୁମେ ଟିକେ ସୁଖେ ଶୋଇବ ବୋଲି

ମୁଁ ଉଜାଗର ଜାଗ୍ରତ ପ୍ରହରୀ

ତୁମ ଇଜ୍ଜତ ତୁମରି ସୁରକ୍ଷା

ଶପଥ ମୋର ଦେଇଛି ମୋ ଶିକ୍ଷା

ତୁମ ମୁହେଁ ହସ ଦେଖିବାର ପାଇଁ

ମୋ ଛାତିରୁ ରକ୍ତ ଦିଏ ମୁଁ ବୁହାଇ

ମାଟି ମା ର ସନମ୍ମାନ ଗର୍ବ,ଗୌରବ

ରଖିବି ପଣ ମୋ ଜୀବନ ଦେଇ।।


ପାହାଡ ଛାତିରେ ମୋ ଛାତି ଚିରି

ଜଂଗଲେ ଘୁରେ ଅନ୍ଧାରକୁ ନ ଡରି

ସୀମାର ସୁରକ୍ଷା ମୋ ମାର ରକ୍ଷା

ଜୀବନ ବ୍ରତ ଏହି ମୋର ଦୀକ୍ଷା

ମୁଁ ଗୋଟେ ଜଗୁଆଳି ମୋ ମାଟି ମାର

ଶାନ୍ତି,ଶୃଙ୍ଖଳା,ସୀମା,ଭିତର ବାହାର

ବନ୍ଧୁକ ଅଗରେ ଜୀବନ ଝୁଲାଇ

ଆତଙ୍କ ବାଦୀ,ସନ୍ତ୍ରାସ୍ ବାଦୀ ଆଡ୍ଡାକୁ ଯାଅଇ।।


ଯାଉ ପଛେ ବେକ ରଖିଛି ମୁଁ ଟେକ

ମାଗି ନାହିଁ ଛଡାଇ ଆଣିଛି ମୋ ହକ

ମାରିଲି ମରିଲି ପଛେ ହାରିଲି ନାହିଁ

ଶତ୍ରୁ ରକ୍ତେ ହୋଲି ଖେଳିଲି ମୁହିଁ

ଲଢ଼ିଛିବୀର ଦର୍ପେ ଶେଷରକ୍ତ ବିନ୍ଦୁ ଦେଇ

ଫେରୁଛି ମୁଁ ଏ ସଂସାରୁ ଶହୀଦ ଟୀକା ନେଇ

ପୁଣି ଯଦି ଜନ୍ମ ନିଏ ସୈନିକଟେ ହେବି

ପୁନଃ ପୁନଃ ଶହୀଦ ମରଣ ମରିବି।।


ମନେ କିନ୍ତୁ..କିନ୍ତୁଟିଏ ହୋଇ ଅବଶୋଷ

ମୋ ଛାତିକୁ ଲକ୍ଷ ଗୁଳି ବିଦ୍ଧ କରି ଛାଡ଼େ ଦୀର୍ଘଶ୍ଵାସ

ମୋ ପଛରେ କଣ ହୁଏ ବୁଢାମାବାପାଙ୍କର

କୁନି ଝିଅ ଛଅମାସର ପତ୍ନୀଟି ମୋ ତେଇଶି ବର୍ଷର

ଝିଅମୁହଁ ଦେଖିନାହିଁ ଶୁଣିନି ବାପା ଡାକ ତାର

ପତ୍ନୀ ମୋ ଫେରିବାକୁ ଚାହିଁ ଜାଳଇ ଜାଗର

ହେ ମୋ ପ୍ରିୟ ଦେଶବାସୀ! ଏତିକି କରିବ

ମୋ ଅନ୍ତେ ମୋ ପରିବାରକୁ ଦାଣ୍ଡେ ନ ପେଲିବ...।।


*ସତ୍ୟବତୀସ୍ବାଇଁ,ମିନୁ,ବାଲିକୁଦା,ଜଗତସିଂହପୁର*


Rate this content
Log in