ପଶୁ ଓ ମଣିଷ
ପଶୁ ଓ ମଣିଷ
ପଶୁ ଟିଏ ଭାରି ବିଶ୍ୱାସୀ ଅଟେ ଯେ
ଅବିଶ୍ୱାସୀ ନୁହେଁ ଜମା
ପ୍ରେମ ବଦଳରେ ପ୍ରେମ ଦେଇଥାଏ
ଡିଏଁ ନାହିଁ ନିଜ ସୀମା l
ବିସ୍କୁଟ ଅବା ରୁଟି ପଟେ ଦେଖି
ଲାଙ୍ଗୁଡ଼ ହଲାଇ କରି
ପଛରେ ପଛରେ ଗୋଡାଉ ଥାଏ ସେ
ଦେହ ସାଥେ ଛାଇ ପରି l
ଥରୁଟିଏ ଦେଖ ଦେଇ ତାଙ୍କୁ ଖାଦ୍ୟ
ନ ଭୁଲେ ମରିବା ଯାଏଁ
ବାର ବରଷାରେ ଦେଖିଦେଲେ ପଥେ
ଚିହ୍ନି ପାଖେ ଧାଇଁ ଯାଏ l
ଖେଳଇ, କୁଦଇ ସାଥିରେ ବୁଲଇ
ପାଖ ଜମା ନ ଛାଡ଼ଇ
ବିପଦ ଆସିଲେ ତୁମକୁ ଆଡେଇ
ନିଜେ ଆଗେ ଛିଡା ହୋଇ l
କେଉଁ ବିପଦକୁ ଖାତିର ନକରି
ସାମ୍ନା କରେ ଦମ୍ଭ ପଣେ
ଶତ୍ରୁ ଯଦି ଥିବ ଡରି ପଳାଇବ
ତାର ଦମ୍ଭ ଦେଖି କ୍ଷଣେ l
ରାଗିଗଲେ ସିଏ ଶତ୍ରୁ କୁ ନଛାଡେ
ତା ଜୀବନ ଥିବା ଯାଏ
ମାଲିକ ପାଇଁକି ନିଜ ଜୀବନକୁ
ବାଜି ବି ଲଗେଇ ଦିଏ l
ସ୍ନେହ ଆଦର ରେ ବାନ୍ଧି ହୋଇଯାଏ
ବୁଲା ପଶୁ ସେ ଯେ ପରା
ମଣିଷ ହୋଇକି ତା ଠାରୁ ହୀନ କି
ଭୁଲିଯାନ୍ତି ସବୁ ପରା l
ମଣିଷ ହୋଇବି ପଶୁ ଠାରୁ ହୀନ
କର୍ମ ମାନ ତୁହି କରୁ
ନିଜ ସ୍ୱାର୍ଥ ପାଇଁ ପଶୁ ହେଉ ପଛେ
ତା ଜୀବନ ନେଇ ପାରୁ l
ରାଗିଗଲେ ପଶୁ ଦାନ୍ତରେ କାମୁଡି
ରକତାତ କରି ଛାଡେ
ମଣିଷ ପରା ସେ ରାଗିବା ଛାଡକି
ଅବାଟରେ ବାଟ ହୁଡେ l
କାହାକୁ ହତ୍ୟା ତ କା ସାଥେ ଛଳନା
କେତେ ସିଏ କର୍ମ କରେ
ସ୍ନେହ, ଦୟା, ପ୍ରେମ, ଆଉ କ୍ଷମା ଗୁଣ
ନାହିଁ ତ ତାର ପାଖରେ l
ପଶୁଠାରୁ ହୀନ ଆଚରଣ ସିଏ
କରଇ ନାରୀ ସାଥିରେ
ପଶୁ କେବେ ହେଲେ ଏପରି କରମ
କରେ ନାହିଁ ଜୀବନରେ l
ପ୍ରିୟ ଜନ ଟିର ଆଖିରୁ ଦି ବୁନ୍ଦା
ଲୁହ ଦେଖି ପାଖେ ଧାଏଁ l
ଗେହ୍ଲଇ ତେଲେଇ ଦୁଃଖ ସାଥେ ତାର
ଭାଗିଦାର ହୋଇ ଯାଏ l
ପଶୁ ଠାରୁ ହୀନ ତୁମରି ପ୍ରବୃତି
ହୀନ ମାନସିକ ତୁମ
ଶିଖିଯା କିଛି ତୁ ସେ ପଶୁକୁ ଦେଖି
ସ୍ନେହ, ଶ୍ରଦ୍ଧା ଆଉ ପ୍ରେମ l
