STORYMIRROR

Smruti Sephali Meher

Others Tragedy

5.0  

Smruti Sephali Meher

Others Tragedy

ପ୍ରତାରଣା

ପ୍ରତାରଣା

1 min
317


ବାଲିର ରେଣୁରେ ଲେଖିଛି ଗାେ ପ୍ରିୟ

ତୁମ ସାଥେ ମାେ ନାମ ଯାେଡି,

ଧାେଇନେବ କାଳେ ଧୂସରି ମୂର୍ଛନା

ଓଢଣି ଦେଇଛି ଆବରି ।

ଅତର୍କିତ କାଳେ ଉଭା ହେବ ବାେଲି

ମୁଦ୍ରିତ କରିଛି ଆଖି,

ପଛରୁ ଆଲିଙ୍ଗନ କରି ଧରିବ ହାତ ଗାେ

ବିସ୍ମୟେ ଶିହରିବ ଛାତି ।

ପ୍ରତୀକ୍ଷା ରେ ତୁମ ସୂକ୍ଷ୍ମ ଅଭିମାନ

କରିବି ବାେଲି ଗାେ ସାଥୀ,

ଓଢଣିକୁ ଟାଣି ଉର୍ମିର କାେଳରୁ

ଲେଉଟାଇ ଦେଲି ସ୍ମୃତି ।

ସାଗର କୂଳରୁ ଦୁଇଶତ ପାଦ

ଖାେଜିବାକୁ ଚାଲୁଥିଲି,

ଗାେଲାପୀ ତୂଳୀରେ ମାେର ଆଂକିଥିବା ସ୍ବପ୍ନ

କଳା ରଂଗେ ହାେଇଥିଲା ବାେଳି ।

ଅଶ୍ରୁ ସବୁ ମାେର ଅଂକା ବଂକା ହାେଇ

ଉର୍ମି ସହ ଗଲା ବାହୁଡି,

ପ୍ରେମ କୁଡିଆଟି ଗଢିବା ଆଗରୁ

ଝଡ ନେଲା ଫାଶି ଚଢାଇ ।

କାହା ଆଲିଙ୍ଗନେ ହାେଇଥିଲ ରତ

ମାେ ହୃଦୟକୁ ଜାଳି ଦେଇ ,

କିଏ ସେ ପ୍ରେୟସୀ ମୁହୂର୍ତ୍ତ କେ ଆସି

ନେଇଗଲା ମାେଠୁ ଛଡେଇ।

ପ୍ରେମ ଉପହାର ଦେଇଦେଲ ପ୍ରିୟ

ସାଇତି ରଖିବି ସାଥେ,

ଶରୀରକୁ ଜାଳି ଆତ୍ମା ହାେଇ ଖାଲି

ରହିଥିବି ତୁମ ପାଶେ ॥

_____୦______


Rate this content
Log in