STORYMIRROR

Amulya Kumar Nayak

Others

4  

Amulya Kumar Nayak

Others

ପ୍ରଣମେ ଗୁରୁ

ପ୍ରଣମେ ଗୁରୁ

1 min
207

ସରକାରୀ ହେଉ ଅବା ବେସରକାରୀ

  ନ ଥାଉ ତାଙ୍କ ବେତନ

ସେହି ମୋର ଗୁରୁ ସେ ଚେତନା ପୁରୁ

  ଦିଅନ୍ତି ଯେ ଦିବ୍ୟ ଜ୍ଞାନ ।।


ଚଷମାରେ ସୂତା ଲାଗିଥାଉ ଅବା

  ଓଦା ଗାମୁଛା ଯା କାନ୍ଧରେ ଥାଉ

ପେଟ ପଶିଯାଉ ପିଠି ଭିତରକୁ

  ଜଗତ ଭଣଇ ମାଷ୍ଟର ସେହୁ ।।


ଜନ୍ମ ଅନ୍ଧକାର ହେଉ କାରଗାର

  ଜ୍ଞାନ ହିଁ ଆଲୋକ ଶିଖା

ମାଆ ଧନମଣି ଡାକରୁ ଆରମ୍ଭ

  ଜୀବନ ପ୍ରଥମ ଶିକ୍ଷା ।।


ଆ'ଜହ୍ନମାମୁଁ ମୋ କୁନା ହାତକୁ

  ମାଆର ଦରଦୀ ଡାକ

ସିଲଟ ଖଡିଠୁଁ କେତେ ଯେ ସହଜ

  ସରି ନୁହେଁ ବହି ଥାକ ।।


ଭାବନାକୁ ଯିଏ ଭାବରେ ଭାବରେ

  ହୃଦୟେ ଦେଇଛି ଟାଣି

ସେହି ମୋର ଶିକ୍ଷା ଜୀବନ ନାଟିକା

  ଆଜି ବି ସେ ଜ୍ଞାନ ମୁଣି ।।


ଧନ,ଜନ,ମାନ ହୁଅଇ ହରଣ

  ଜ୍ଞାନକୁ ପାରେନା କେହି

ସେ ଜ୍ଞାନ ଆଲୋକେ ଦସ୍ୟୁ ରତ୍ନାକର

  ହେଲେ ବାଲ୍ମୀକି ଗୋସେଇଁ ।।


ଶିକ୍ଷା ଅଟେ ଗୁରୁ ଦିକ୍ଷା ଅଟେ ଗୁରୁ

  ଗୁରୁ ପିତା,ମାତା,ଭାଇ

ପ୍ରତି ପାହାଚରେ ଜୀବନ ଥାପିଲେ

  ଆୟୁଷ ମୋ ନିଅଣ୍ଟଇ ।।


ଗୀତା,ଭାଗବତ,ପୁରାଣ ବର୍ଣ୍ଣିତ

  ଯେତେ ଛନ୍ତି ଗୁରୁଗଣ

ପ୍ରତି ପାଦେ ଭକ୍ତି ରହିଥାଉ ମତି

  ଘେନ ଅଧମ ପ୍ରଣାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍